ହେଡଲାଇନସ୍:

ଗଣକବିଙ୍କ ସୃଷ୍ଟିରେ ରହିଛି ଉତ୍କଳୀୟ ପ୍ରାଣମୟତା ଓ ଜନଜୀବନର ନିଃଶ୍ୱାସପ୍ରଶ୍ୱାସ : ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : କବିମାନେ ହେଉଛନ୍ତି ମନ୍ତ୍ରଦ୍ରଷ୍ଟାା ଈଶ୍ୱର  ନିଜର ସୃଜନର ପ୍ରକାଶ ପାଇଁ ସେମାନଙ୍କୁ ପୃଥିବୀକୁ ପଠାଇଥା'ନ୍ତିା ସେମାନେ ନିଜେ ଜଳି ଜଳି ଅନ୍ୟକୁ ଆଲୋକ ଦିଅନ୍ତିା ସେହିଭଳି ଜଣେ ଅନନ୍ୟ ବିରଳ ସୃଜନ ପ୍ରତିଭା ହେଉଛନ୍ତି ଗଣକବି ବୈଷ୍ଣବ ପାଣିା ଜଣେ କବି, ନାଟ୍ୟକାର, ଲେଖକ, ଅଭିନେତା, ଗାୟକ, ସଂଗୀତ ନିର୍ଦ୍ଦେଶକ, ମଞ୍ଚ ପରିଚାଳକ ଆଦି ସମସ୍ତ ଭୂମିକାରେ ସେ ଯେଭଳି ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତା'ର ତୁଳନା ନାହିାଁ ତାଙ୍କ ସୃଷ୍ଟିରେ ରହିଛି ଉତ୍କଳୀୟ ପ୍ରାଣମୟତା ଓ ଜନଜୀବନର ନିଃଶ୍ୱାସପ୍ରଶ୍ୱାସା ତାଙ୍କର ସମସ୍ତ ଅପ୍ରକାଶିତ ଲେଖା ପ୍ରକାଶ କରି ତାଙ୍କ ପ୍ରତି ସମୁଚିତ ସମ୍ମାନ ପ୍ରଦାନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଦେଇଛନ୍ତିା

ଆଜି ଇଡକଲ ପ୍ରେକ୍ଷାଳୟରେ ଗଣକବି ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଗଣକବି ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶା ହେଉଛି ଶାଶ୍ୱତ ଓ ସାରସ୍ୱତ ଭୂମିା ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତା ଯାହାଫଳରେ ଓଡ଼ିଶାର କଳା, ସଂଗୀତ, ସାହିତ୍ୟ, ନୃତ୍ୟ ଉତ୍କର୍ଷର ଏକ ପ୍ରତୀକ ଭାବରେ ପ୍ରକଟିତ ହୋଇଛିା ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗୀ ଓ ପ୍ରତ୍ୟେକ ଶିଶୁ ବିଦ୍ୟାରମ୍ଭରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ଉଚ୍ଚାରଣପୂର୍ବକ ଖଡ଼ି ଚାଳନା କରିବା ଅନ୍ୟ କେଉଁଠି ପରିଦୃଷ୍ଟ ହୁଏ ନାହିାଁ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ଅଧ୍ୟାତ୍ମ ଭାବରେ ଆପ୍ଳìତା ସମଗ୍ର ବ୍ରହ୍ମାଣ୍ଡରେ ଏପରି କିଛି ନାହିଁ ଯାହା ଓଡ଼ିଶାରେ ନାହିାଁ ଏପରି ଏକ ଭୂମିର ସୁଯୋଗ୍ୟ ସନ୍ତାନ ଭାବରେ ଗଣକବି ବୈଷ୍ଣବ ପାଣି ଓଡ଼ିଶାର ସାହିତ୍ୟ-ସଂସ୍କୃତିକୁ ଯେଉଁ ଅବଦାନ ଦେଇଛନ୍ତି ସେଥିପାଇଁ ସେ ଓଡ଼ିଆମାନଙ୍କ ପାଖରେ ଚିରସ୍ମରଣୀୟ ରହିବୋ

ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ଯେ ଗଣକବିଙ୍କ ସ୍ମ&ୃତିରକ୍ଷା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛିା ତାଙ୍କ ଲେଖାକୁ ଅନ୍ୟ ଭାଷାରେ ଅନୁବାଦ କରି ପ୍ରସାର କରିବା ପାଇଁ ବ୍ୟବସ୍ଥା ହୋଇଛିା କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ଗଣକବିଙ୍କ ସାହିତ୍ୟର ପ୍ରସାର ପାଇଁ ପଦକ୍ଷେପ ନିଆଯାଉଛିା ଗଣକବିଙ୍କ ବାଲ୍ୟକାଳ କଟିଥିବା ମଠର ଉନ୍ନତିକରଣ ପାଇଁ ଏକ କୋଟି ଟଙ୍କା ବ୍ୟୟ କରାଯାଉଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲୋ

ଏହି ଅବସରରେ ବିଶିଷ୍ଟ ଗାୟିକା ତୃପ୍ତି ଦାସଙ୍କୁ ଗଣକବି ସମ୍ମାନ ଓ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ମାହାଙ୍ଗା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲାା ସଂସଦର ସଂଯୋଜକ ଅବନୀ ଚନ୍ଦ୍ର ଦାସ ଓ ସଂପାଦକ ଦେବ ଜେନା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲୋ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲୋ

 

 

 

 

 

0
0
0
s2sdefault