ହେଡଲାଇନସ୍:

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରି ମିଲିତ ମଞ୍ଚ ତରଫରୁ ଗଣ ସତ୍ୟାଗ୍ରହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲପଡା (ବନମାଳୀ ନାୟକ) - ଉପଖଣ୍ଡସ୍ତରୀୟ  ଚିଟଫଣ୍ଡ କ୍ଷତିଗ୍ରସ୍ତ  ଜମାକାରି ମିଲିତ ମଞ୍ଚ ତରଫରୁ ଆଜି ପାଟଣାଗଡ଼ଠାରେ ଗଣ ସତ୍ୟାଗ୍ରହ ପାଲନ କରାଯାଇଛି |  ଛୋଟ ବଡ଼ ସମସ୍ତ ଜମାକାରି ଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ତାଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଦାବି ତୀବ୍ର କରିଛି ସଙ୍ଗଠନ | ୨୦୦୦ ରୁ ଉର୍ଧ୍ୱ ଜମାକାରି ଆଜି ପାଟଣାଗଡ଼ ସମଲେଇ ମନ୍ଦିର ସ୍ଥିତ ପଡ଼ିଆ ଠାରେ ଜମା ହୋଇ ସହର ମଧ୍ୟଦେଇ ଏକ ଶୋଭାଯାତ୍ରା  ମାଧ୍ୟମରେ ଉପଜିଲ୍ଲାପାଳ  କାର୍ଯ୍ୟାଳୟ  ପର୍ଯ୍ୟନ୍ତ  ଆସିଥିଲେ |  ସେଠାରେ ଗଣ ବିକ୍ଷୋଭ  ପ୍ରଦର୍ଶନ କରି ପ୍ରତିବାଦ୍ ସଭା କରାଯାଇଥିଲା |

ଡିସେମ୍ୱର ୧ ସୁଦ୍ଧା ଜଦି ଦାବି ପୁରଣ ନ ହେବ ତାହେଲେ ଆଗାମୀ  ଦିନର ସମସ୍ତ ସରକାରି କାର୍ଯ୍ୟାଳୟରେ ତାଲା ପଡ଼ିବ ବୋଲି ଆନ୍ଦୋଳନକାରୀ  ଚେତାବନି ଦେବା ସହ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜିଥିଲେ |

ସଭାରେ ରାଜ୍ୟ  ସଭାପତି ବିଭୁଦତ ମିଶ୍ର, ଭୁବନେଶ୍ୱରରୁ ଜୟନ୍ତ ଦାସ,ସମ୍ବଲପୁର ସୁଧାଂଶୁ ବେହେରା, ନୂଆପଡାରୁ ଅମର ସାହୁ,କୋରାପୁଟରୁ ରାଜ୍ୟ ଯୁଗ୍ମ  ସଂପାଦକ ପ୍ରଦିପ କୁମାର ମହାରଣା, କୋଶଲ ସଂଗ୍ରାମୀ ସିପୁନ୍ ଖମାରୀ, ସମାଜ ସେବୀ ବନମାଲୀ ନାଏକ, ଲଲିତ ଦିପ,ଲବ ପୁଟେଲ,ବନବିହାରୀ ବୁଡେକ,ବିପିଦ୍ର ପୁଟେଲ୍ ପି ଆର  ସିଂ ବାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ |

 

 

 

 

0
0
0
s2sdefault