ହେଡଲାଇନସ୍:

"ଆଜି ମୁଖ୍ୟମନ୍ତ୍ରୀଙ୍କୁ  ତାଙ୍କ ପ୍ରତିଶ୍ରୁତି ମନେ ପକେଇଦେଲୁ, ନହେଲେ  ଆଗକୁ ଆନ୍ଦୋଳନ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଟାଳଟୁଳ ନୀତି : ପ୍ରତିବାଦ ଜଣାଇଲା ୟୁଏଫସିଏଚବି 

Bargarh (SPB) : ବରଗଡ ଜିଲ୍ଲା ସୋହେଲା ନିକଟସ୍ଥ ଇଚ୍ଛାପାଲିର ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୨୧, ୨୦୧୯ ଦିନ ବରଗଡରେ କ୍ୟାନ୍ସର  ହସପିଟାଲ ସ୍ଥାପନା କରିବାପାଇଁ  ଘୋଷଣା କରିଥିଲେ। ଇତିମଧ୍ୟରେ ୯ ମାସ ଅତିକ୍ରମ ହୋଇଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିବାର ସୂଚନା ମିଳିନଥିବାରୁ ୟୁନାଇଟେଡ ଫୋରମ ଫର କ୍ୟାନ୍ସର ହସପିଟାଲ ଇନ ବରଗଡ (UFCHB) ର ନେତୃତ୍ୱରେ ବରଗଡର ଅନେକ ସଂଗଠନ ମିଶି ଆଜି (ମଙ୍ଗଳବାର)  ୧୦ ଘ. ରୁ ୧ ଘ. ପର୍ଯ୍ୟନ୍ତ ଗାନ୍ଧିଛକରେ ଏକ ପ୍ରତୀକାତ୍ମକ ‘ଗଣ ଧାରଣା’ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ବରଗଡ ଭାରତବର୍ଷରେ କେନସର ରୋଗୀଙ୍କ ଏକ ଅଗ୍ରଣୀ ଜିଲ୍ଲାର ମାନ୍ୟତା ପାଇ ସୁଦ୍ଧା ରାଜ୍ୟ ସରକାର ଉକ୍ତ ସମସ୍ୟାପ୍ରତି ଗମ୍ଭୀରତାର ସହ ନ ନେବା ସମସ୍ତଙ୍କୁ ବିସ୍ମିତ କରିଛି। ତେଣୁ, ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘୋଷଣାକୁ ସ୍ମରଣ କରାଇବା ପାଇଁ ଆଜିର ଗଣ ଧାରଣା ଉଦ୍ଦିଷ୍ଟ। ଏଥିରେ, ଅନେକ ବକ୍ତାମାନେ ନିଜନିଜ ମତ ବ୍ୟକ୍ତକରି ଏହିପରି ଏକ ସ୍ପର୍ଶକାତର ବିଷୟପ୍ରତି ସରକାରଙ୍କ ଏତାଦୃଶ ଉଦାସୀନ ମନୋଭାବକୁ ନିନ୍ଦାକରିବା ସହ ଅବିଳମ୍ବେ ବରଗଡରେ ଏକ ସ୍ୱୟଂସମ୍ପୂର୍ଣ୍ଣ କ୍ୟାନ୍ସର ହସପିଟାଲ କରିବା ତଥା ଏହି ଦୁରାରୋଗ୍ୟର ନିରାକରଣ ପାଇଁ ଏକ ରିସର୍ଚ୍ଚ ସେଣ୍ଟର ମଧ୍ୟ ସ୍ଥାପନା କରିବାକୁ ପରାମର୍ଶ ଦେଇଥିଲେ; ଅନ୍ୟଥା, ଆଗାମୀ ନବବର୍ଷରେ ଏକ ଜୋରଦାର ଆନ୍ଦୋଳନ କରାଯିବାକୁ ସ୍ଥିର କରାଯାଇଛି।

ଆବାହକ ପ୍ରଦୀପ ଦେବତାଙ୍କ ସଭାପତିତ୍ୱରେ ହୋଇଥିବା ଆଜିର ଧାରଣାରେ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ସହ ବିଜେଡି, ବିଜେପି, କଂଗ୍ରେସ ତଥା ଆପ ଆଦି ରାଜନୈତିକ ଦଳ, ଫାଇଟର୍ସ ଗୃପ, ସାମ୍ବାଦିକ ସଂଘ, ବରଗଡ ଓକିଲ ସଂଘ, ରେଳ ଉପଭୋକ୍ତା ସଂଘ, ଚେତନା, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ସୈନିକ ସଂଘ, କୋଶଲ ରାଜ୍ୟ ସମନ୍ୱୟ ସମିତି, ଫର୍, ସୁନ୍ନି ମୁସଲିମ ସମାଜ, ରଣେଶ୍ୱର ରାମଚଣ୍ଡୀ କମିଟି, ଆଦିବାସୀ କଲ୍ୟାଣ ସଂଘ, ବୀର୍ସା ମୁଣ୍ଡା ସଂଘର୍ଷ ବାହିନୀ, ବିହାରୀ ସମାଜ, ଲାଲବାହାଦୁର ବଣିକ ସଂଘ, ପ୍ରାଇଭେଟ ସ୍କୁଲ ଏସୋସିଏସନ, ଟ୍ରେକର ଏସୋସିଏସନ, ଓ.ଏସ.ଇ.ଏ. ବରଗଡ, ଭାରତୀୟ କିସାନ ସଂଘ ଇତ୍ୟାଦି ଅନୁଷ୍ଠାନର ପ୍ରତିନିଧି ତଥା ଅନ୍ୟ ସାଧାରଣ ଲୋକ ମଧ୍ୟ ଭାଗ ନେଇଥିଲେ।

 

0
0
0
s2sdefault