ହେଡଲାଇନସ୍:

ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ କର୍ମକର୍ତ୍ତା ଚୟନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ସନ୍ଧ୍ଯା ୫ ଘଟିକା ସମୟରେ ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ସ୍ଥାନୀୟ ଭେଙ୍କେଟଶ୍ଵର ବୈଠକ ଗୃହରେ ,ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା| ଶୌଣ୍ଢିକ ସଂଘର ସଭାପତି ରୂପେ ଶ୍ରୀ ନରେନ୍ଦ୍ର କୁମାର ସାହୁ, ଉପ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦେବେନ୍ଦ୍ର ଚୌଧୁରୀ ଓ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁକାର , ସମ୍ପାଦକ ରୂପେ ବରିଷ୍ଠ ଓକିଲ ଶ୍ରୀ କୃଷ୍ଣଚନ୍ଦ୍ର ସେନାପତି, ଯୁଗ୍ମ ସମ୍ପାଦକ ରୂପେ ଓକିଲ ଶ୍ରୀ ବିଶ୍ୱନାଥ ସାହୁ ତଥା କୋଷାଧ୍ଯକ୍ଷ ରୂପେ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ ଚୟନ ହୋଇଥିଲେ | ସଂଘର ଉପଦେଷ୍ଟା କମିଟି ,କାର୍ଯ୍ୟକାରୀ କମିଟି ତଥା ଆଇନ ପରାମର୍ଶ କମିଟି ମଧ୍ୟ ଗଠନ କରାଯାଇଥିଲା । ଚୟନ ପରେ ସମସ୍ତେ ନିଜ ନିଜ ଆଭିମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଚୟନକର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ମତାମତ ନେଇ ସଂଘ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବ ବୋଲି ଆଲୋଚନା ହୋଇଥିଲା।
ବୈଠକରେ ଶ୍ରୀ ଚକ୍ରପାଣୀ ରତ୍ନାଲୁ, ଶ୍ରୀ କୃଷ୍ଣଚନ୍ଦ୍ର ଚୌଧୁରୀ, ଶ୍ରୀ କୃଷ୍ଣଚନ୍ଦ୍ରସାହୁ, ଶ୍ରୀ ପ୍ରତାପ ବେହେରା, ଶ୍ରୀ ସୁବାଷ ସେନାପତି, ଶ୍ରୀ ଶଶି ଭୂଷଣ ରତ୍ନାଲୁ, ଶ୍ରୀ ଜଗନ୍ନାଥ ଚୌଧୁରୀ ପ୍ରମୂଖ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ରୀ କୁଞ ବିହାରୀ କଂସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ଶ୍ରୀ ନରେନ୍ଦ୍ର କୁମାର ସାହୁ ସଭା ସାଙ୍ଗ କରିଥିଲେ।

 

0
0
0
s2sdefault