ହେଡଲାଇନସ୍:

ବାବା ରାମେଶ୍ଵର ଙ୍କ ଆରତୀ : ବଢୁଛି ଶ୍ରଦ୍ଧାଳୁଙ୍କୁ ଭିଡ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ବଡବନ୍ଧ ସ୍ଥିତ ରାମେଶ୍ଵର ବାବା ଙ୍କ ମନ୍ଦିର ରେ ଦିନ କୁ ଦିନ ବଢୁଛି ଶ୍ରଦ୍ଧାଳୁ ଙ୍କ ଭିଡ। ପ୍ରତି ସୋମବାର ସନ୍ଧ୍ୟାରେ ବାବା ରାମେଶ୍ଵର ଦର୍ଶନ ଦିଅନ୍ତି ନୂଆଁ ନୂଆଁ ରୂପରେ। କେବେ ଜଗନ୍ନାଥ ତ କେବେ ଦୂର୍ଗା ତ କେବେ କାଳୀ, କେବେ ଶ୍ରୀ ଗଣେଶ ତ କେବେ ରାମ ତ କେବେ ନାଗ ଦେବତା ଙ୍କ ରୂପରେ ଭକ୍ତ ଙ୍କ ଭିଡ ରେ ପୂର୍ଣ୍ଣ ହୁଏ ମନ୍ଦିର ପରିସର।ଆଜି ସନ୍ଧ୍ୟାରେ ଶିଳ୍ପୀ ପ୍ରହଲ୍ଲାଦ ଅମରୀ ସୁନ୍ଦର ଭାବରେ ନିର୍ମିତ ବାବା ରାମେଶ୍ଵର ଙ୍କ ମହାକାଳ ବେଶ ତଥା କୁନି କୁନି ଶ୍ରଦ୍ଧାଳୁଙ୍କ ଢୋଲ, ନିଶାନ, ଡମ୍ବରୁ ଏବଂ ଅନେକ ବାଦ୍ୟରେ ସାଙ୍ଗକୁ ପୂଜକ ଗଙ୍ଗାଧର ମହାପାତ୍ର ଙ୍କ ଉଚ୍ଚାରିତ ମନ୍ତ୍ର ଦର୍ଶକ ଙ୍କ ବେସ୍ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମ ରେ ସୁନୀଲ ପଟ୍ଟନାୟକ, ରାଧେଶ୍ୟାମ ସାହୁ, ଆକାଶ, ଓମ୍, ପ୍ରୀତମ, କାନ୍ହା, ପ୍ରବିଣ, ଟୁନାଲ, ଶୁଭମ୍ ଙ୍କ ସହିତ ଅନେକ ଭକ୍ତ ଙ୍କ ସହଯୋଗ କରିଥିଲେ।

0
0
0
s2sdefault