ହେଡଲାଇନସ୍:

ବଡ଼ବିଲ ଏଆରଟିଓ ଅଫିସ କେଳେଙ୍କାରୀ : ପୋଲିସ ହାତରେ ଏଆରଟିଓଙ୍କ ଡ୍ରାଇଭର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ଆଜି ଦଲାଲି ଅଭିଯୋଗରେ ଖୋଦ ଏଆରଟିଓ ମାନସ ରଞ୍ଜନ ସାହୁଙ୍କ ଡ୍ରାଇଭରକୁ ପୋଲିସ ଗିରଫ କରିବା ବଡ଼ବିଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ଡ୍ରାଇଭର ହେଲା ତୁରୁମୁଙ୍ଗା ନିକଟସ୍ଥ  ଖିରେଇଟାଙ୍ଗିରି ଅଞ୍ଚଳର ଜଗା ଓରଫ  ଜଗବନ୍ଧୁ ପାତ୍ର (୩୮)। ବଡ଼ବିଲ ଏଆରଟିଓ ଅଫିସରେ ଖୋଲାଖୋଲି ଦଲାଲି ହେଉଥିବା ଅଭିଯୋଗ ହେବା ପରେ କିଛି ଦିନ ତଳେ ପୋଲିସ ଚଢ଼ାଉ କରି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଥିଲା। ତେବେ ଏଆରଟିଓଙ୍କ ଡ୍ରାଇଭର ଗିରଫ ହେବା ଦୁର୍ନୀତିରେ ଏଆରଟିଓ କାର୍ଯ୍ୟାଳୟର  କର୍ମଚାରୀଙ୍କ ସଂପୃକ୍ତିକୁ ପ୍ରମାଣ କରିଛି। ଜଗାକୁ ଏଆରଟିଓ ଅଫିସ ପରିସରରୁ ଗିରଫ କରିଥିଲା ପୋଲିସ। ତା ନିକଟରୁ କିଛି ଆପତ୍ତିଜନକ କାଗଜପତ୍ର ସହ ଏକ ମୋବାଇଲକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି। ଏ ବିଷୟରେ ଏଆରଟିଓ ମାନସ ରଞ୍ଜନ ସାହୁଙ୍କ ପ୍ରତିକ୍ରିୟା ନେବା  ନିମନ୍ତେ ଫୋନ ଯୋଗେ  ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ହେଁ ସେ ମୋବାଇଲ ଉଠାଇନଥିଲେ। ତେବେ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି ଯେ ଅଭିଯୁକ୍ତ ଜଗବନ୍ଧୁର ବ୍ୟାଙ୍କ ଏକାଉଣ୍ଟ ଭେରିଫିକେସନ ଚାଲିଛି। ଭେରିଫିକେସନ ପରେ ଏହି ଦଲାଲି ରାକେଟରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଗିରଫ କରାଯିବ। ପ୍ରକାଶ ଥାଉକି ବଡ଼ବିଲ ଏଆରଟିଓ କାର୍ଯ୍ୟାଳୟ ଅଧୀନରେ ଅନେକ ଖଣି ଖାଦାନ ଓ ଶିଳ୍ପ ସଂସ୍ଥା ରହିଛି। ଏହି ଅଞ୍ଚଳରେ ଖଣିଜ ଦ୍ରବ୍ୟ ପରିବହନରେ ହଜାର ହଜାର ଟ୍ରକ ନିୟୋଜିତ ହୋଇଥିବା ବେଳେ ଟ୍ରକ ମାଲିକ ଓ ସାଧାରଣ ଲୋକେ  ରେଜିଷ୍ଟ୍ରେସନ, ପରିବହନ ସମ୍ବନ୍ଧିତ ଅନୁମତି ଓ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି  ନିମନ୍ତେ ବଡ଼ବିଲ ଏଆରଟିଓ ଅଫିସ ଉପରେ ନିର୍ଭରଶୀଳ। ଏହାର ଫାଇଦା ନେଇ କିଛି ଦଲାଲ ଏଆରଟିଓ  କର୍ମଚାରୀଙ୍କୁ ହାତବାରିସୀ କରି ଲୋକଙ୍କୁ ଅଯଥା ହଇରାଣ ହରକତ କରି ଟଙ୍କା ଲୁଟୁଥିବା ବାରମ୍ବାର ଅଭିଯୋଗ ହେଇ ଆସୁଥିଲା। ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ  ବଡ଼ବିଲ ପୋଲିସ ଅଚାନକ ଚଢ଼ାଉ କରି ଦୁଇ ଜଣ ଦଲାଲଙ୍କୁ ଏଆରଟିଓ ଅଫିସ ପରିସରରୁ  ଗିରଫ କରିଥିଲା। ତେବେ ଆଜି ଖୋଦ ଏଆରଟିଓଙ୍କ ଡ୍ରାଇଭର ଗିରଫ ହେବା ବଡ଼ବିଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ କେଶ ନଂ ୧୮୬/୨୬/୦୯/୨୦୧୯ରେ ଆଇପିସି ୪୧୯, ୪୨୦, ୪୬୮, ୧୨୦ ବି ଧାରାରେ ଏକ ମାମଲା ରୁଜୁ କରି ଆଜି ଅପରାହ୍ନରେ ଜଗାକୁ  କୋର୍ଟକୁ ଫରୱାର୍ଡ କରିଥିବା ଜଣାପଡ଼ିଛି।

 

 

0
0
0
s2sdefault