ହେଡଲାଇନସ୍:

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ  ଦାବୀରେ ଏକଜୁଟ ଗଣମାଧ୍ୟମ ପ୍ରତିନିଧି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାୟକଙ୍କୁ ଭେଟି ଦାବି ରଖିବେ, ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କୁ ଭେଟିବେ 

ସିଦ୍ଧାର୍ଥ ଦାଶ/ଶାସକ ପ୍ରଶାସକ  : ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ଉଦ୍ଧେଶ୍ୟ ନେଇ ଆଜି ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ପରିସରରେ ଓଡିଶାର ସମସ୍ତ ଖବର କାଗଜ, ପତ୍ର ପତ୍ରିକା, ସାଟେଲାଇଟ  ଓ ୱେବ ନ୍ୟୁଜ୍ ଚ୍ୟାନେଲର  ସାମ୍ବାଦିକମାନଙ୍କୁ ନେଇ ଏକ ଗୁରୁତ୍ୱପୁର୍ଣ ତଥା ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ରାମଚଣ୍ଡୀ ରଣସିଂ ଓ ସାମ୍ବାଦିକ ଶ୍ରୀ ଲିଙ୍ଗରାଜ ସାହୁଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱରରେ କାର୍ଯ୍ୟରତ ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ଚିଠା କମିଟି ଏବଂ ଯୋଗାଯୋଗ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ଯୋଗାଯୋଗ କମିଟି ସଦସ୍ୟ ମାନେ ବିଧାୟକ ମାନଙ୍କୁ ଭେଟି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ବିଧାନସଭାରେ ବିଧେୟକ ଆଗତ କରିବା ପାଇଁ ଦାବି କରିବେ ବୋଲି  ନିଷ୍ପତି ନିଆଯାଇଛି । ଏହି ବିଧେୟକ ଆଇନରେ ପ୍ରଣୟନ ହେବା ପାଇଁ ଆବଶ୍ୟକ ସ୍ଥଳେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ  ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଙ୍କୁ ଭେଟିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଛି । 

ଓଡିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ଭାଗ୍ୟଜନକ ଘଟଣା, ଆକ୍ରମଣ ଓ ଅପମାନକୁ  ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି ଦୃଢ ନିନ୍ଦା କରିବା ସହ ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ମତବ୍ୟକ୍ତ କରିଛନ୍ତି | । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ , ସମସ୍ତ ସାମ୍ବାଦିକ ସଙ୍ଗଠନ ଏକଜୁଟ ହୋଇ ଦାବୀ ହାସଲ ଦିଗରେ ଆଗେଇ ଆସିବା ପାଇଁ ଶ୍ରୀ ଶତପଥି ଅନୁରୋଧ କରିଛନ୍ତି ।

 

0
0
0
s2sdefault