ହେଡଲାଇନସ୍:

ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ମେଲଛାମୁଣ୍ଡା/ମନୋଜ ଭୋଇ : ଶନିବାର ଦିନ ବରଗଡ ଜିଲ୍ଲା ମେଲଛାମୁଣ୍ଡା କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଦିଗଦର୍ଶନ  ଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଅର୍ପିତା ପ୍ରଧାନ ୭୬ ଜଣ ଛାତ୍ରୀ ମାନଙ୍କୁ ୨ଟି ଗୃପ ମାଧ୍ୟମରେ ଆତ୍ମରକ୍ଷା କୌଶଳ ଶିଖାଇବା ଆରମ୍ଭ କଲେ । ଏହି ଶିବିର ୧୨ ଦିନ ଧରି ଚାଲିବ । କୋ-ଓଡିନେଟର ଅଧ୍ୟାପକ ମହେଶ କୁମାର ମିଶ୍ର ଶିବିର ସଂଚାଳନା ଦାୟିତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଡ. ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ । ସଭା ଶେଷରେ କୋର୍ଡିନେଟର  ଅଧ୍ୟାପକ ମହେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  

0
0
0
s2sdefault