ହେଡଲାଇନସ୍:

ଚାଲାଣ ବେଳେ ଉଦ୍ଧାର ହେଲେ 7 ଦାଦନ ଓ 2ଦଲାଲ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ନିକଟ ରେ ଗତକାଲି ରାତ୍ରି ରେ ସିନାପାଲି ପୋଲିସ 3ମହିଳା ସମେତ 7ଜଣ ଦାଦନ ଶ୍ରମିକ ଓ ସେମାନଙ୍କ ସହିତ 7ଶିଶୁ କୁ ଉଦ୍ଧାର କରିଛି !ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦଲାଲ କୁ ମଧ୍ୟ ଗିରଫ କରିଛି !ସୂଚନା କ୍ରମେ ସିନାପାଲି ଥାନା ଶରଧାପୁର ରୋହିତ ଗହୀର (26)ପ୍ରମିଳା ଗହୀର (24)ରଘୁ ଗହୀର (22)ପୁର୍ଣିମା ଗହୀର (21)ତୁଲେଗହୀର (55)ଓ ତିଳେମାଲ ଗାଁ ର ସୁଗ୍ରୀବ ତେଜି (22)ପୁଷ୍ପାଞ୍ଜଳି ତେଜି (21)ଏବଂ ଶିଶୁ ଭାରତୀ ଗହୀର, ରିଆଗହୀର, ଓ ଯୁଗେନ୍ଦ୍ର ଗହୀର ଙ୍କୁ ବାହାର ରାଜ୍ୟ କୁ ଚାଲାଣ କରୁଥିବା ବେଳେ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ଖବର ପାଇ ବିଳମ୍ବ ରାତ୍ରି ରେ ଏକ ଟିମ ଗଠନ କରି ଗଣ୍ଡାବାହାଲି ରେ ଚଢ଼ାଉ କରି ଦାଦନ ଦଲାଲ ସମେତ ଶ୍ରମିକ କୁ ଉଦ୍ଧାର କରିଥିଲେ !ସେମାନେ ବାସ ମାଧ୍ୟମ ରେ କଣ୍ଟାବାଞ୍ଜି କୁ ଯାଇ ସେଠାରୁ ଟ୍ରେନ ମାଧ୍ୟମ ରେ ବାହାର ରାଜ୍ୟ କୁ ଯିବାର ବ୍ୟବସ୍ତା ଥିଲା !ଦାଦନ ଶ୍ରମିକ ଙ୍କୁ ପୋଲିସ ଉଦ୍ଧାର କରି ନୂଆପଡା ଜିଲ୍ଲା ଶ୍ରମିକ ଅଧିକାରୀ ଙ୍କୁ ଜଣାଇବା ରୁ ଶ୍ରମିକ ନିରିକ୍ଷକ ଗୌରହରି ତାଣ୍ଡି ଥାନା ରେ ପହଂଚି ଥିଲେ !

0
0
0
s2sdefault