ହେଡଲାଇନସ୍:

ସାହିତ୍ୟରେ ନୂତନ ପାଠକ ସୃଷ୍ଟି ପାଇଁ କିଶୋର ସାହିତ୍ୟର ପ୍ରସାର ଜରୁରୀ : ଦାଶ ବେନହୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଦିତ୍ୟଭାରତ ପ୍ରକାଶନ ସଂସ୍ଥା ପୁସ୍ତକ ଉନ୍ମୋଚନ ସମାରୋହ

ଗୋଟିଏ ମଞ୍ଚରେ ଏକା ଦିନରେ ଦଶଜଣ ସାହିତ୍ୟିକଙ୍କ 12ଟି ଓଡିଆ ସାହିତ୍ୟ ପୁସ୍ତକ ଉନ୍ମୋଚିତ

ପଦ୍ମଜ ପାଳଙ୍କୁ ଆଦିତ୍ୟ ଭାରତ ସାହିତ୍ୟ ସମ୍ମାନ , ପୁରସ୍କାର ରାଶି ୨୫,୦୦୦ ଟଙ୍କା,

ନୂଆପଡାର ରାଧାଶ୍ୟାମ ଦାସଙ୍କୁ ଆଦିତ୍ୟଭାରତ ଭାଷା ସାହିତ୍ୟ ସମ୍ମାନ, ପୁରସ୍କାର ରାଶି ୧୦,୦୦୦ ଟଙ୍କା

ଅପ୍ରେଲ ୨୦୨୦ରେ ସାହିତ୍ୟ ଅନୁବାଦ କର୍ମଶାଳା

ଭୁବନେଶ୍ୱର(SPB) : ଓଡିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାରକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ କିଶୋର ସାହିତ୍ୟକୁ ବଳିଷ୍ଠ କରିବାକୁ ପଡିବ ବୋଲି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଆଦିତ୍ୟଭାରତ ପ୍ରକାଶନ ସଂସ୍ଥାର ପୁସ୍ତକ ଉନ୍ମୋଚନ ସମାରୋହ ଅବସରରେ କହିଛନ୍ତି ।

ମନୁଷ୍ୟ ଜୀବନରେ ସାହିତ୍ୟର ପ୍ରଭାବ ବିଷୟରେ ଯୁକ୍ତି ଦର୍ଶାଇ ଶ୍ରୀ ବେନହୁର କହିଥିଲେ ଯେ ଜଣେ ସାହିତ୍ୟ ଅନୁରାଗୀ ମନୁଷ୍ୟ ପିଲାଟି ଦିନରୁ ସାହିତ୍ୟ ପ୍ରେମୀ ହୋଇଥିଲେ ଭବିଷ୍ୟତରେ ମଧ୍ୟ ପାଠକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥାଏ । ଏଣୁ ଓଡିଆ ସାହିତ୍ୟରେ ନୂତନ ପାଠକ ସୃଷ୍ଟି କରିବା ପାଇଁ କିଶୋର ସାହିତ୍ୟ ଅଧିକ ବଳିଷ୍ଠ ହେବା ଜରୁରୀ ।

ତେବେ ଆଧୁନିକ ଯାନ୍ତ୍ରିକ ସମାଜରେ ପୁସ୍ତକ ପଠନର ଆଗ୍ରହ କମୁଥିବାରୁ ଡିଜିଟାଲ ମାଧ୍ୟମରେ ଏହାର ପ୍ରଚାରପ୍ରସାର ହେଉ ବୋଲି ମଧ୍ୟ ସେ କହିଥିଲେ । ଅଭିଭାବକମାନେ ଟିଭି ତଥା ମୋବାଇଲ ବ୍ୟବହାରର ଭଲ ଗୁଣ ଗୁଡିକୁ ଗ୍ରହଣ କରି ଡିଜିଟାଲ ମାଧ୍ୟମରେ  କିଶୋର ଅବସ୍ଥାରୁ ବାଳକବାଳିକାମାନଙ୍କୁ ସାହିତ୍ୟ ଓ ଓଡିଆ ଭାଷାପ୍ରତି ଆଗ୍ରହ ସୃଷ୍ଟି କରାଇବା ପାଇଁ ସେ ଅନୁରୋଧ କରିଥିଲେ ।

ଓଡିଶା ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅଗ୍ରଣୀ ଭୂମିକାରେ ନିଜକୁ ଦେଖୁଥିବା ଆଦିତ୍ୟଭାରତ ପ୍ରକାଶନ ଓ ଆଦିତ୍ୟଭାରତ ଡିଜିଟାଲ ପ୍ରକାଶନ ତରଫରୁ ସଂସ୍ଥା ମୁଖ୍ୟ ଦେବାଶିଷ ସାମନ୍ତରାୟ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନୁବାଦ ଉପରେ ଗୁରୁତ୍ଵ ଦିଆଯିବା ଦରକାର ବୋଲି କହିଥିଲେ ।

ଆଗାମୀ ଦିନରେ ଓଡିଆଭାଷାର ଶେଷ୍ଠ କୃତି ସବୁକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଆଦିତ୍ୟଭାରତ ପ୍ରକାଶନ ସଂସ୍ଥା ଇଂରାଜୀ, ହିନ୍ଦୀ, ଅହମିୟା, ମଲାୟାଲାମ ପରି ସାତଟି ଭାଷାର ଭିନ୍ନ ଭିନ୍ନ ପ୍ରକାଶ ସଂସ୍ଥା ସହିତ ଚୁକ୍ତି କରିଛି । ଏହି ଚୁକ୍ତି ଅନୁଯାୟୀ ପ୍ରତି ବର୍ଷ ଓଡିଆ ଭାଷାର ଦୁଇଟି ଶ୍ରେଷ୍ଠ କୃତିକୁ ଏହି ପ୍ରକାଶନ ସଂସ୍ଥାମାନେ ନିଜ ନିଜ ଭାଷାରେ ଛାପିବାର ବ୍ୟବସ୍ଥା କରିବେ । ସେହିପରି ଅନ୍ୟ ଭାଷାର ଦୁଇଟି କୃତିକୁ ଆଦିତ୍ୟଭାରତ ଅନୁବାଦ କରି ପ୍ରକାଶ କରିବ ବୋଲି  ଶ୍ରୀ ସାମନ୍ତରାୟ ସୂଚନା ଦେଇଥିଲେ ।

ରାଜ୍ୟରେ  ଅନୁବାଦ ସାହିତ୍ୟ ବିଷୟରେ ଦକ୍ଷତା ତାଲିମ ପ୍ରଦାନ ପାଇଁ ବ୍ରିଟିଶ ଇଣ୍ଡିଆ କାଉନସିଲ ଆସନ୍ତା ଅପ୍ରେଲ ୨୦୨୦ରେ ଏକ ଅନୁବାଦ କର୍ମଶାଳାର ଆୟୋଜ କରିବାକୁ ସହମତି ପ୍ରକାଶ କରିଛି ବୋଲି  ସାମନ୍ତରାୟ କହିଥିଲେ ।

ଏହି ଅବସରରେ ବିଶିଷ୍ଟ ଲେଖକ ଡଃ ପଦ୍ମଜ ପାଳଙ୍କୁ ଆଦିତ୍ୟଭାରତ ସାହିତ୍ୟ ସମ୍ମାନ ୨୦୧୯ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସାହିତ୍ୟିକ ଦାଶ ବେନହୁର ଡଃ ପାଳଙ୍କୁ ମାନପତ୍ର, ଉପଢୌକନ ଓ ପ୍ରକାଶନ ସଂସ୍ଥା ତରଫରୁ ନଗଦ ୨୫,୦୦୦ ଟଙ୍କା ପ୍ରଦାନ କରିଥିଲେ ।

ନୂଆପଡା ଜିଲ୍ଲାରେ ଓଡିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରୁଥିବା ରାଧାଶ୍ୟାମ ଦାସଙ୍କୁ ଆଦିତ୍ୟଭାରତ ଭାଷା ସାହିତ୍ୟ ସମାନ ୨୦୧୯ ପୁରସ୍କାର ସ୍ୱରୂପ ଉପଢୌକନ , ମାନପତ୍ର ତଥା ନଗଦ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ଏହି ପୁସ୍ତକଉନ୍ମୋଚନ ପର୍ବରେ ରାଜେନ୍ଦ୍ର ରାଉଳ , ମଦନ ମହାପାତ୍ର , ଅମିୟ ବେଜ, ବିଶ୍ଵ ଭାରତୀ ଦାଶ, ଦେବାଶିଷ ସାମନ୍ତରାୟଙ୍କ ପରି ବିଶିଷ୍ଟ ଲେଖକ ମାନଙ୍କର ୧୦ ଗୋଟି ପୁସ୍ତକ ଉନ୍ମୋଚିତ ହେଇଥିଲା । ଶେଷରେ ଲେଖକମାନଙ୍କ ସହିତ ବାର୍ତ୍ତାଳାପ ଓ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault