ହେଡଲାଇନସ୍:

କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ପାର୍ଶ୍ଵ ସରକାରୀ ଜାଗା ଜବର ଦଖଲ ଘଟଣାର ସରଜମିନ୍ ମାପ ଓ ଚିହ୍ନଟ ପାଇଁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଧାର୍ଯ୍ୟ ମାପ ତାରିଖ ବାତିଲ ହେବା ନେଇ ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା,\

  • ଡିସେମ୍ବର ୧୦କୁ ପୁନଃ ମାପ ତାରିଖ ଧାର୍ଯ୍ୟ

ଓଡ଼ଗାଁ,୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କୋମଣ୍ଡ ରାଜସ୍ବ ଅଞ୍ଚଳ କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ପାର୍ଶ୍ଵରେ ଥିବା ସରକାରୀ ଜମିର ଜବର ଦଖଲର ସରଜମିନ ମାପ ଚିହ୍ନଟ ନିମନ୍ତେ ଧାର୍ଯ୍ୟ ଡିସେମ୍ବର ୨ ତାରିଖ କୌଣସି ସୂଚନା ବିନା ବାତିଲକୁ ବିରୋଧ କରି କୋମଣ୍ଡ ମକରପଦାର ବହୁ ସଂଖ୍ୟାରେ ଗ୍ରାମବାସୀ ମଙ୍ଗଳବାର ମଧ୍ୟାହ୍ନରେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ବଦଳିବା ପୂର୍ବରୁ ସୂଚନା କାହିଁକି ଦିଆଗଲା ନାହିଁ ବୋଲି ହୋହଲ୍ଲା କରି ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ପାଲ ପକାଇ ଧାରଣାରେ ବସିଥିଲେ ।ଖବର ପାଇ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲେ । ଏବଂ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ଚଳିତ ଡିସେମ୍ବର ମାସ ୧୦ ତାରିଖରେ ନିଶ୍ଚିତ ଭାବେ ସରଜମିନ ମାପକରି ଜମି ଚିହ୍ନଟ କରାଯିବ ବୋଲି ତହସିଲଦାରଙ୍କ ଠାରୁ ପ୍ରତିଶ୍ରୁତି ପାଇ ଗ୍ରାମବାସୀ ମାନେ ଉଠି ଫେରିଯାଇଥିଲେ । ସୂଚନା ଥାଉକି କୋମଣ୍ଡ ମକରପଦା ଠାରେ ଗଢ଼ି ଉଠିଥିବା କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର, ଡିପ୍ଲୋମା କଲେଜ୍ ଏବଂ ସଚ୍ଚିଦାନନ୍ଦ ସେବାଶ୍ରମ ଚତୁଃପାର୍ଶ୍ଵରେ ଥିବା ବହୁ ପରିମାଣର ସରକାରୀ ଜମିକୁ ଚଞ୍ଚକତାର ସହ ଶିକ୍ଷା ଅନୁଷ୍ଠାନର ପୃଷ୍ଠପୋଷକତାରେ ଜବର ଦଖଲ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଗ୍ରାମ ଖେଳ ପଡ଼ିଆକୁ ନିଜ ଅଧିନକୁ ନେଇଥିବା ବେଳେ, ଶ୍ମଶାନ ଉପରେ ଅନୁଷ୍ଠାନର ମୁଖ୍ୟ ଫାଟକ ଗଢ଼ିଛନ୍ତି । ୨୧ ନମ୍ବର ରାଜ୍ୟ ରାଜପଥ ନିକଟରେ ସୁଉଚ୍ଚ ପାଚରି ନିର୍ମାଣ, ସର୍ବସାଧାରଣ ଜଳାଶୟ ଏବଂ ଆମ୍ବ ତୋଟାର ରାସ୍ତା ବନ୍ଦ କରି ନିଜ ଅକ୍ତିଆରରେ ରଖିବା ଏବଂ ମୁଖ୍ୟ ସଡ଼କକୁ ସଂଲଗ୍ନ କରୁଥିବା ନାଳର ପୋଲ ସହିତ ସଂଯୁକ୍ତ ନାଳ ଚଉଡ଼ା ୪୫ କଡ଼ିକୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରରେ ରଖି ପାଣି ନାଳକୁ ବନ୍ଦ୍ କରି ଘର ନିର୍ମାଣ କରିବା ଯୋଗୁଁ ସର୍ବ ସାଧାରଣ ଉକ୍ତ ସ୍ଥାନକୁ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି । ଉକ୍ତ ସମସ୍ୟା ସମ୍ପର୍କରେ ନଭେମ୍ବର ମାସ ୩ ତାରିଖରେ ଗ୍ରାମବାସୀ ମାନେ ଓଡ଼ଗାଁ ତହସିଲଦାରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏବଂ ଡିସେମ୍ବର ମାସ ୨ ତାରିଖରେ ଜବରଦଖଲରେ ଥିବା ଜମି ଗୁଡ଼ିକର ସରଜମିନ ମାପ ହେବ ବୋଲି ତହସିଲ କାର୍ଯ୍ୟାଳୟ ଦ୍ବାରା ନଭେମ୍ବର ୨୫ ତାରିଖରେ ନୋଟିସ ଜାରି ହୋଇଥିଲା ।ଗ୍ରାମବାସୀ ଏହି ତାରିଖକୁ ଅପେକ୍ଷା କରି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଧାର୍ଯ୍ୟ ତାରିଖକୁ ବାତିଲ୍ କରିବା ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟରେ ଧାରଣାରେ ବସିବାକୁ ପହଁଞ୍ଚି ଥିଲେ ।

0
0
0
s2sdefault