ନୟାଗଡ଼(ବିଶ୍ୱଜିତ ନାୟକ) :- ସଦର ଥାନା ଯଦୁପୁରରେ ଡକାୟତୀ । ୬ରୁ ଅଧିକ ଡକାୟତ ମନୋରଞ୍ଜନ ପାତ୍ରଙ୍କ ଘରେ ପଶି ବନ୍ଧୁକ ଦେଖାଇ ୩ଲକ୍ଷରୁ ଅଧିକ ଟଙ୍କା ସହ ୭୦ଗ୍ରାମ ସୁନା ଏବଂ ଦେଢକେଜିରୁ ଅଧିକ ରୁପାଅଳଙ୍କାର ଲୁଟିନେଲେ । ଡକାୟତଙ୍କ ଆକ୍ରମଣରେ ମନୋରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ଆହତ । ମନୋରଞ୍ଜନ ନୟାଗଡ ଖଣ୍ଡପଡା ରାସ୍ତ୍ରାକଡରେ ଥିବା ନିଜ ଘରେ ପରିବାର ସହ ରୁହନ୍ତି । ସେ ପାନମସଲା ବେପାର କରନ୍ତି। ଗତକାଲି ରାତି ପ୍ରାୟ ୨ଟା ସମୟରେ ୬ରୁ ଅଧିକ ଡକାୟତ ବାଡିପଟ ଗ୍ରିଲ୍ ଭାଙ୍ଗି ଘରେ ପଶିଥିଲେ । ଡକାୟତମାନେ ହାତରେ ବନ୍ଧୁକ ଏବଂ ଭୁଜାଲି ଆଦି ଦେଖାଇବା ସହ ମନୋରଞ୍ଜନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଏକ ବାଉଁଶରେ ପ୍ରବଳ ମାଡ ମାରିଥିଲେ । ପରେ ଆଲମିରା ଭାଙ୍ଗି ନଗଦ ଟଙ୍କା ସୁନା ରୁପା ଲୁଟିନେଇଥିଲେ । ଡକାୟତ ମାନଙ୍କ ମଧ୍ଯରୁ ଦୁଇଜଣ ହିନ୍ଦି ଏବଂ ଅନ୍ୟମାନେ ଓଡିଆରେ କଥା ହେଉଥିଲେ ବୋଲି ପରିବାର ଲୋକ କହିଛନ୍ତି । ଖବର ପାଇ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ରାଜ୍ୟ
ଯଦୁପୁରରେ ଡକାୟତି, ସୁନା ଅଳଙ୍କାର ଲୁଟ
- Hits: 6











