ହେଡଲାଇନସ୍:

ଦିନରେ ଭଙ୍ଗା ଘରେ ଏବଂ ରାତିରେ ଅନ୍ୟର ବାରଣ୍ଡାରେ କଟୁଛି ଜୀବନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମଙ୍ଗଳୁଙ୍କୁ କେବେ ହେବ ସାହାରା ପ୍ରଶାସନ

କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲାଡ ଗ୍ରାମର ମଙ୍ଗଳୁ ବାଘ (୮୨) ତାଙ୍କର ତିନି ପୁଅ ଥିଲେ ମଧ୍ୟ ମଙ୍ଗଳୁ ଙ୍କୁ ତାଙ୍କର ପୁଅମାନେ ନିଜର ଆଶ୍ରୟ ରେ ନରଖି ଅଲଗା କରିଦେଇଛନ୍ତି l ମଙ୍ଗଳୁ ଜଣେ ଅସହାୟ ବ୍ୟକ୍ତି ହାତ ଏବଂ ଗୋଡ ଫେଲେରିଆ  ଜନିତ ରୋଗରେ ମଙ୍ଗଳୁ  ଆକ୍ରାନ୍ତ l ସେ ଗ୍ରାମଞ୍ଚାୟତ ରୁ ଭର୍ତ୍ତା ୫୦୦ ସହ ଟଙ୍କା ପାଆନ୍ତି l ସେଥିରେ ସେ ତାଙ୍କର ପେଟ ଚଳୁଛି l ହେଲେ ତାଙ୍କର ଆଧାର କାର୍ଡ ନଥିବାରୁ ତାଙ୍କର ରାସନ୍ କାର୍ଡ ଏବଂ ପ୍ରଧାମନ୍ତ୍ରୀ ଆବାସ ଗୃହ ମିଳିପାରିନାହିଁ l ୨୦୦୧ ମସିହାରେ ବନ୍ୟାରେ ମଙ୍ଗଳୁ ଙ୍କ କାଗଜ ପତ୍ର ଭସାଇ ନେଇଯାଇଛି l ଭୋଟର କାର୍ଡ ହିଁ ତାଙ୍କର ଭରଷା | ସେ ଆଧାର କାର୍ଡ ପାଇଁ କୁଚିଣ୍ଡା ବ୍ଲକ ପାଖ ଆଧାର ସେଣ୍ଟରକୁ ଯାଇଥିଲେ l ସେଠାରେ ତାଙ୍କର ଆବଶ୍ୟକୀୟ କାଗଜ ପତ୍ର ନ ଥିବାରୁ ତାଙ୍କର ଆଧାର ହେବନାହିଁ  ବୋଲି ଆଧାର କର୍ତ୍ତୃପକ୍ଷ କହିଥିବାରୁ ମଙ୍ଗଳୁ ଦୁଃଖରେ ନିରାଶ ହୋଇ ଘରକୁ ଫେରି ଆସିଥିଲେ l ମଙ୍ଗଳୁଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି l ଘର ପାଇଁ ଗ୍ରାମଞ୍ଚାୟତ ଏବଂ ବ୍ଲକ ଅଫିସ କୁ ଗଲେ ମଧ୍ୟ ତାଙ୍କର କଥା କେହି ଶୁଣୁନାହାନ୍ତି ବୋଲି ମଙ୍ଗଳୁ ଦୁଃଖରେ କହନ୍ତି l 

ହେଲେ ଭୋଟର କାର୍ଡ ଥିବା ମଙ୍ଗୁଲୁ ଭୋଟ ଦେଇ ପାରୁଛନ୍ତି | ହେଲେ ସରକାରୀ ସୁବିଧା ପାଇବାରୁ ବଂଚିତ | ବନ୍ୟା ହେତେବେଳେ ତାଙ୍କର ସବୁ ଭସାଇ ନେଇଛି, ସେ ଆବଶ୍ୟକ କାଗଜ ପତ୍ର ପାଇବେ କେଉଁଠୁ | ମଙ୍ଗୁଲୁଙ୍କୁ କଣ ପ୍ରଶାସନ ଆଧାରକାର୍ଡ଼ ଫାସିଲିଟିଏଟ କରି ପାରିବନି ! ପ୍ରଶାସନ କଣ ଏଇ ଅସହାୟ ନିଃସ୍ଵକୁ ସାହାଯ୍ୟ କରିବାକୁ ଚାହିଁଲେ କରିପାରିବନି !! କେବଳ ଅଭାବ ରହିଛି ପ୍ରଶାସନିକ ଆନ୍ତରିକତା ଆଉ ଦାୟିତ୍ୱବୋଧ |  ସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ ମଙ୍ଗଳୁ ବାଘ ଙ୍କୁ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିନାହିଁ l ଦିନରେ ଭଙ୍ଗା ଘରେ ଏବଂ ରାତ୍ରରେ ଅନ୍ୟ ଘରର ବାରଣ୍ଡାରେ ରନ୍ଧା ଓ ଶୋଉଥିବାର ଦେଖିବାକୁ ମିଳିଛି l ମଙ୍ଗଳୁଙ୍କୁ ଏଦିଗରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ମଙ୍ଗଳୁ ଙ୍କୁ  ରାସନ୍ କାର୍ଡ ଏବଂ ଆବାସ ଯୋଜନାରେ ସାମିଲ କରାଯିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି l

 

0
0
0
s2sdefault