ହେଡଲାଇନସ୍:

ଦୁର୍ନିତିର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବା ଆବଶ୍ୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁର୍ନିତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

ଜଗତସିଂହପୁର:(ରମେଶ ମହାନ୍ତି):- ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ ଯୋଗଦେଇ କହିଲେ ଆମ ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନିତୀ ଏକ ପ୍ରମୁଖ ବାଧକ ହୋଇଛି । ଏହାର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟ ସାଧୁତା ଓ ସ୍ୱଛତାର ସହ ସମ୍ପାଦନା କରିବା  ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଆରକ୍ଷୀ ନିରୀକ୍ଷକ, ଭିଜିଲାନସ୍ ହେମନ୍ତ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନେ ସଚ୍ଚୋଟତା ଏକ ଜୀବନ ଶୈଳୀକୁ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରିବା  ଉଚିତ । ବ୍ୟକ୍ତିଗତ ଭାବେ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ଯୋଗଦେଇ ସମାଜରେ ଦୁର୍ନିତି ରୂପକ ରାକ୍ଷସ ବିରୁଦ୍ଧରେ  ସଂଗ୍ରାମ କରିବା ଏବଂ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ  ମାନବକୁ ଅନୁସରଣ କରିବା ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ କୁତାମଚଣ୍ଡୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର  ବାରିକ ଯୋଗଦେଇ ଦୁର୍ନିତୀ ନିବାରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନ ଶିକ୍ଷକ ସନାତନ ଖୁଂଟିଆ,ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଭିଜିଲାନସ୍ ବିଭାଗର କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

0
0
0
s2sdefault