ହେଡଲାଇନସ୍:

ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଶାସକ ପ୍ରଶାସକ)-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ଶୁକ୍ରବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ  ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ମଧ୍ୟଦେଇ  ୧୬ ଗୋଟି ୪ ଚକିଆ ଯାନରେ  ମୋଟ ୧୦୬ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ସମୟରେ ଯଶୀପୁରର କାଳିଆଣି ଫାଟକ ଦେଇ  ୧୪ଗୋଟି ୪ ଚକିଆ ଯାନରେ   ୭୮ରୁ ଅଧିକ ଏହି ପରି ମୋଟ ୩୦ଟି ଯାନରେ ମୋଟ ୧୮୪ରୁ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ପିଠାବଟା ପ୍ରବେଶ ପଥରେ ପିଠାବଟା ରେଞ୍ଜର ଉଗ୍ରସେନ ଜେନା ଓ ଫରେଷ୍ଟ କର୍ମଚାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଭୂବନେଶ୍ୱର ରିଜିଓନାଲ ରିସର୍ଚ୍ଚ ସେଣ୍ଟରରୁ ଏକ ୯ ଜଣିଆ ଟିମ ରହିଥିବାର ଜଣାପଡ଼ିଛି । ସେହିପରିପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁର ଫାଟକ ମଧ୍ୟଦେଇ ୩୫ ଗୋଟି ଚାରିଚକିଆ ଯାନ ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟକ୍ରମେ ଅନୁମିତି ମିଳିପାରିବ ।

ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ଲକ୍ଷ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଶ  ଆଦି  ନେବା ଉପରେ କଟକଣା ଜାରି କରାଯାଇଅଛି । ପର୍ଯ୍ୟଟକମାନେ ପ୍ରବେଶ ସମୟରେ ପ୍ରଚଳିତ ନିୟମାବଳୀ  ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହି ପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଞ୍ଚ କରାଯିବ । ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । କୌଣସୀ କାରଣ ବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଭାବେ ୪ ହଜାର ଟଙ୍କା ଜମା ଦେବାକୁ ହେବ । ଏଥି ନିମନ୍ତେ ଯାନ ଚାଳକ ପ୍ରସ୍ତୁତ ରହିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନ ବଳବତ୍ତର ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତ୍ତି ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ ।  ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ  www.ecotourodisha.comରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ପର୍ଯ୍ୟଟକମାନଙ୍କ ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପତ୍ତିକୁ ମଝିରେ ମଝିରେ ଶିମିଳିପାଳ କତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଓ ପାରିପାଶ୍ୱର୍ିକ ଅବସ୍ଥାକୁ ନଜରକୁ ନେଇ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ।  ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର  ଉପକ୍ଷେତ୍ର ନିର୍ଦ୍ଧଶକ ଯଜ୍ଞଦତ୍ତ ପତି କହିଛନ୍ତି । 

 

0
0
0
s2sdefault