ହେଡଲାଇନସ୍:

ଅନ୍ତଃ-ରାଜ୍ୟ ରବି ରାଉଳ ସ୍ମୃତି ଓପନ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମ୍ ଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା  ଅନ୍ତଃ-ରାଜ୍ୟ ରବି ରାଉଳ ସ୍ମୃତି ଓପନ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । 

    ଜିଲ୍ଲାପାଳ ଅନୁପମ ଶାହା ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମିଳିତ ଭାବେ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉଦ୍ ଘାଟନ କରିଥିଲେ । ଉପାନ୍ତ ଅଞ୍ଚଳରେ ଏହିଭଳି ଅନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ଯୋଗୁଁ ଜିଲ୍ଲାପାଳ ଅନୁପମ ଶାହା  ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । 

     ଅନ୍ୟପକ୍ଷରେ ପ୍ରତିଯୋଗିତା ମୂଳକ ଖେଳରେ ହାର-ଜିତ୍ ତ ଲାଗିରହିବ , କିଏ ହେଲେ ଜଣେ ଜିତିବ , କିନ୍ତୁ ଖେଳାଳି ମାନେ ସବୁବେଳେ ନିଜ ଭିତରେ ଖେଳୁଆଡ଼ ମନୋଭାବ ନେଇ ଖେଳିବା ଉଚିତ ବୋଲି କହି ଆଗକୁ ଏଭଳି ଟୁର୍ଣ୍ଣାମେଣ୍ଟ ଜାରି ରଖିବାକୁ ଉଦ୍ୟୋକ୍ତା ମାନଙ୍କୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ସାଉଥକୋ ନର୍ବାହୀ ଯନ୍ତ୍ରୀ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

   ଏହି ଅବସରରେ  ମୁଖ୍ୟ ଆୟୋଜକ ତଥା ସ୍ବର୍ଗତ ରବି ରାଉଳଙ୍କ ବାପା ପ୍ରତାପ ରାଉଳଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଉଦ୍ୟୋକ୍ତା ମାନଙ୍କ ପକ୍ଷରୁ ସମ୍ମାନିତ କରା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୮୦ ଟି ଦଳ ଅଂଶଗ୍ରହଣ କରିଛନ୍ତି  ଏବଂ ଏହା ଆସନ୍ତା ୩ ଦିନ ଧରି ଚାଲିବ ।

 

0
0
0
s2sdefault