ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ସ୍ଥିତ ପଞ୍ଚାନନ ନାଇକଙ୍କ ବାସଗୃହ ଠାରେ ପାଇଲିପଡା ମୁଠା ହାଡ଼ି କୂଳ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ପାଇଲିପଡା ମୁଠା ହାଡ଼ି କୂଳ ସମାଜର ସଭାପତି ପବିତ୍ର କୁମାର ନାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ର ସଭାପତି ନିରଞ୍ଜନ ପ୍ରଧାନ ଯୋଗ ଦେଇ ହାଡ଼ି ସମାଜର ବ୍ୟକ୍ତି ମାନଙ୍କୁ ଶିକ୍ଷା ଉପରେ ଗୁରୁତ୍ୱ ଦେବା ସହିତ ଗୁଣି ଗାରେଡି ଭଳି କୁସଂସ୍କାର ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହ ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ ପାଇଁ ହାଡ଼ିକୂଳ ସମାଜର ପଦକ୍ଷେପ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ I ମୁଖ୍ୟ ବକ୍ତା ରୂପେ ଉପସଭାପତି ପଦ୍ମଚରଣ ପ୍ରଧାନ ଯୋଗ ଦେଇ ସମାଜରେ ଅସ୍ପୃଶ୍ୟତା ଆଜି ବି ରହିଥିବା ବେଳେ ଏହି ସମାଜ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିବାରୁ ଏହା ସମାଜକୁ ଏକ ସୁସ୍ଥ ବାର୍ତ୍ତା ଦେବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ଯୋଗ ଦେଇ କାର୍ଯ୍ୟକ୍ରମ ପାଇଁ ଆୟୋଜକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ହାଡ଼ି ସମାଜର ବ୍ୟକ୍ତିମାନେ ମଦ୍ୟପାନ ଅଭ୍ୟାସ ଠାରୁ ଦୂରେଇ ରହି ଶିକ୍ଷାକୁ ଗୁରୁତ୍ୱ ଦେଇ ପାରିଲେ ସମାଜରେ ଭଲ ମଣିଷ ସୃଷ୍ଟି ହେବା ସହ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଇ ପାରିବେ ବୋଲି ମତ ରଖିଥିଲେ I କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦାମୋଦର ନାଇକ ମଞ୍ଚ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ପାଇଲିପଡ଼ା ମୁଠା ହାଡ଼ି ସମାଜର ଉପସଭାପତି ଗୋଲା ନାଇକ, ସମ୍ପାଦକ ତଥା ଯୁବ ସ୍ବେର୍ଚ୍ଚାସେବୀ ପଞ୍ଚାନନ ନାଇକ, କୋଷାଧ୍ୟକ୍ଷ ସୁଧୀର ନାଇକ, ଉପଦେଷ୍ଟା ସାଇବ ନାଇକ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ସନିଆ ନାଇକ, ପ୍ରବୀଣ ନାଇକ,ଟୁକୁନା ନାଇକ, ରବି ନାଇକ ପ୍ରମୁଖ ଅତିଥି ମାନଙ୍କୁ ଉପଢ଼ୌକନ,ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ I ଅତିଥି ମାନଙ୍କ ଦ୍ୱାରା ଶିବିରରେ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ସମ୍ବାଦ ଆମ ଓଡ଼ିଶା ଏବଂ ଓଡ଼ିଶା ରକ୍ତ ଭଣ୍ଡାର ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା I ସମାଜର ପାଇକ ବାଳକୃଷ୍ଣ ନାଇକଙ୍କୁ ସମାଜ ତରଫରୁ ଉପଢୌକନ ଦେଇ ସଂମାନ୍ନୀତ କରିଥିଲେ l
ରାଜ୍ୟ
ପାଇଲିପଡା ମୁଠା ହାଡ଼ି ସମାଜର ବାର୍ଷିକ ଉତ୍ସବ
- Hits: 8