ହାଡ଼ି ସମାଜର ରକ୍ତଦାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ହାଡ଼ି ସମାଜକୁ ବିଭିନ୍ନ ବର୍ଗର ଲୋକେ ଘୃଣା କରୁ୍ଥିବା ବେଳେ ସେମାନେ କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇ ଅନ୍ୟ ସମାଜ ଏବଂ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ଆଜି ବିଞ୍ଚଣା ସ୍ଥିତ ପଞ୍ଚାନନ ନାଇକଙ୍କ ବାସଭବନରେ ପାଇଲିପଡ଼ା ହାଡ଼ି ସମାଜର ବାର୍ଷିକଉତ୍ସବ ଅବସରରେ ସମ୍ବାଦ ଆମ ଓଡ଼ିଶା ଏବଂ ହାଡ଼ି ସମାଜର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ସମାଜର ଜଣେ ଯୁବତୀ ଶ୍ରଦ୍ଧାଞ୍ଜଳି ନାଇକଙ୍କ ସମେତ ୩୫ ଜଣ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି l ପ୍ରଥମ ଥର ପାଇଁ ସେମାନେ ରକ୍ତଦାନ ଏବଂ ବୃକ୍ଷରୋପଣ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି I ଆଜି ସକାଳ ଏଗାରଟା ସମୟରେ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ I ଏହି ଶିବିରକୁ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଉଦ୍ଘାଟନ କରିଥିବାବେଳେ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼ାକ୍ତର ଜନାର୍ଦ୍ଦନ ମୋହିନୀ,ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଖଇରପୁଟି ଗ୍ରାମ ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଯୁବ ସ୍ଵେଚ୍ଛାସେବୀ ପ୍ରଶାନ୍ତ ରାଜୁ,ପ୍ରଧାନ ଶିକ୍ଷକ ଦାମୋଦର ନାଇକ, ପାଇଲିପଡ଼ା ମୁଠା ହାଡ଼ି ସମାଜ ସଭାପତି ପବିତ୍ର ନାଇକ, ଉପସଭାପତି ଗୋଲା ନାଇକ, ସମ୍ପାଦକ ତଥା ଯୁବ ସମାଜସେବୀ ପଞ୍ଚାନନ ନାଇକ, କୋଷାଧ୍ୟକ୍ଷ ସୁଧୀର କୁମାର ନାଇକ,ଉପଦେଷ୍ଟା ସାଇବ ନାଇକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ଅତିଥି ରୂପେ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରର ସଭାପତି ନିରଞ୍ଜନ ପ୍ରଧାନ, ଉପସଭାପତି ପଦ୍ମ ଚରଣ ପ୍ରଧାନ, ବରିଷ୍ଠ ଆଇନିଜୀବୀ ଅଭିମନ୍ୟୁ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ I ଆଜିର ଏହି ରକ୍ତଦାନ ଶିବିରରେ 35 ୟୁନିଟ ମଧ୍ୟରୁ 17 ଟି ଏ ପଜିଟିଭ ରକ୍ତଥିବା ବେଳେ ଦୁଇଟି ଏ ଵୀ ପଜିଟିଭ ରକ୍ତ ରହିଛି ଯାହାକି କିଛିଦିନ ହେଲା ଭଞ୍ଜନଗର ବ୍ୟାଙ୍କ ରେ ଏ ଗ୍ରୁପ ରକ୍ତର ଅଭାବ ପୂରଣ କରିପାରିଛି l ଏଥିରେ 27 ଜଣ ପ୍ରଥମ ରକ୍ତଦାତା ଅନ୍ତର୍ଭୁକ୍ତ l ସାମ୍ବାଦିକ ପଞ୍ଚାନନ ସାହୁ, ସୁରେଶ ଲେଙ୍କା, ସହଯୋଗ କରିଥିବା ବେଳେ ଏଥିରେ ପାଇଲିପଡ଼ା ମୁଠା ହାଡ଼ି ସମାଜର ୨୨ ଟି ଗ୍ରାମରୁ ସାହି ସଭ୍ୟ ମାନେ ଆସି ସହଯୋଗ କରିଥିଲେ I ଆଗାମୀ ଦିନରେ ଏକ ବଡ଼ ଧରଣର ରକ୍ତଦାନ ଶିବିର କରିବା ପାଇଁ ଶପଥ କରିଥିଲେ I