ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ମାଆଙ୍କ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ସହିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଏକା ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଆବାହନ କ୍ରମେ ଅନୁଷ୍ଠିତ ମାଆଙ୍କ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ପ୍ରଦୂଷଣ ଏବଂ ଦୂର୍ନୀତିକୁ ହଟାଇବା ଜରୁରୀ ବୋଲି ବକ୍ତବ୍ୟ ରଖିବା ସହିତ ପ୍ରଦୂଷଣକୁ ହଟାଇବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପୁର ବନପାଳ ମିତା ପୋଲାଇ, ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବରାମ ମହାନ୍ତି,ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା, ଶିକ୍ଷକ ଆକୁଳ ସାହୁ,ପୂର୍ବତନ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I ଏହୀ ଅବସରରେ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ପାଇଁ ସମସ୍ତେ ଶପଥ ନେଇଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବ୍ ର ସମସ୍ତ ଛାତ୍ରଛାତ୍ରୀ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଧାୟକ ଶ୍ରୀ ବିଷୋୟୀଙ୍କ ନେତୃତ୍ୱରେ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଗାଙ୍ଗପୁର ବଜାରରୁ ବିବେକାନନ୍ଦ ଶିଶୁ ଶିକ୍ଷ୍ୟା ପ୍ରତିଷ୍ଠାନ ପର୍ଯ୍ଯନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଏକା ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ଅନୁଷ୍ଠାନ ସମ୍ପାଦକ ବରିଷ୍ଠ ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ,ବନପାଳ ଶ୍ରୀମତୀ ପୋଲାଇ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ଶିକ୍ଷକ ସୀମାଞ୍ଚଳ ଶତପଥି, ଅବନୀ କୁମାର ଷଡ଼ଙ୍ଗୀ,ଆଶୁତୋଷ ସ୍ୱାଇଁ, ଆକୁଳ ସାହୁ,ସିଆରସିସି ଶ୍ରୀଯୁକ୍ତ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ନିତ୍ୟାନନ୍ଦ ବିଷୋୟୀ, ଦିବାକର ବିଷୋୟୀ, ରତ୍ନାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ବିଲୁପ୍ତ ହୋଇଯାଉଥିବା ଜୀବଜନ୍ତୁଙ୍କ ସୂରକ୍ଷା ଉପରେ ବିଧାୟକ ଶ୍ରୀ ବିଷୋୟୀ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ବର୍ଷ ସମସ୍ତେ ନିଜ ଜନ୍ମ ଦିନ, ବିବାହ ବାର୍ଷିକୀ ଆଦି କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ ଚାରା ରୋପଣ କରି ତାର ଯତ୍ନ ନେବା ପାଇଁ ପ୍ରବର୍ତ୍ତାଇ ଥିଲେ I ଏହା ସହିତ ବୃକ୍ଷରୋପଣ କରି ତାର ଯତ୍ନ ନେଇ ବୃକ୍ଷକୁ ବଞ୍ଚାଇ ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତ୍ଯେକ ବର୍ଷ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସେ ପ୍ରତିଶୃ୍ତି ଦେଇଥିଲେ I ଅନୁଷ୍ଠାନ ପରିସରରେ ନିମ୍ବ, କରଞ୍ଜ, ଅଁଳା, ହରିଡ଼ା, ବାହାଡ଼ା, ଅଶୋକ ଭଳି ବହୁ ଔଷଧିୟ ଚାରା ରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ପରିଚାଳନା କରିଥିଲେ I ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ଗାଙ୍ଗପୁରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ମାଆଙ୍କ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ; ସୁସ୍ଥ ସମାଜ ପାଇଁ ପ୍ରଦୂଷଣ ଏବଂ ଦୂର୍ନୀତି ଲୋପ ହେବା ଜରୁରୀ : ବିଧାୟକ
- Hits: 7