ହେଡଲାଇନସ୍:

ବଡକଷିବାହାଳରେ ନାଗ ଚତୁର୍ଥୀ ପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ବଡକଷିବାହାଳ ରେ ବହୁତ ଧୁମ୍ ଧାମ୍ ରେ ନାଗ ଚତୁର୍ଥୀ ପୂଜା ପାଳିତ ହୋଇଯାଇଛି I

ଏହି ପୂଜାଟି ଏହି ଗ୍ରାମରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗ୍ରାମବାସୀ ମିଶି ନାଗ ମାତାଙ୍କୁ ପୂଜା କରିଥାନ୍ତି I ଚଳିତ ବର୍ଷ ଏହି ପୂଜା ୨୫ବର୍ଷରେ ପଦାର୍ପଣ କରିଛି I ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନାଗ ମାତାଙ୍କ ପୂଜା ମହା ହସ ଉଲ୍ଲାସ ରେ ପାଳିତ ହୋଇଛି I ପୂଜାକୁ ଆକର୍ଷଣୀୟ କରିବାପାଇଁ ସୁର୍ଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ଆଲୋକ ମାଳାରେ ସାଜ ସଜ୍ଜା କରାଯାଇଛି I

ପୂଜାରେ ସନ୍ତୋଷ ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ପଙ୍କଜିନୀ ଙ୍କ ସହ କର୍ତ୍ତା ଭାବେ ଦାୟୀତ୍ୱରେ ଥିବା ବେଳେ ପୂଜକ ଭାବେ କାଶିନାଥ ଦାଶ ଅଛନ୍ତି I ପୂଜା ପରିଚାଳନା କମିଟୀ ରେ ସଭାପତି ଏକାଦୁଶୀରାଉଳ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ,ଉପସଭାପତି ହରେକୁର୍ଣ୍ଣ ପ୍ରଧାନ, ଉପସମ୍ପାଦକ ଅଞ୍ଜନ ପ୍ରଧାନ ,କୋଷାଧ୍ୟକ୍ଷ ପ୍ରହଲ୍ଲାଦ ସାହୁ ପ୍ରମୁଖ ଅଛନ୍ତି I ଆସନ୍ତା ୧ ତାରିଖ ସଂନ୍ଧ୍ୟାରେ ନାଗ ମାତାଙ୍କ ବିସର୍ଜନ କାରାଯିବ ବୋଲି କମିଟୀ ପକ୍ଷରୁ ପ୍ରକାଶ I

0
0
0
s2sdefault