ହେଡଲାଇନସ୍:

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ହରଭଙ୍ଗା /ପ୍ରତାପ ମେହର ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ପୁରୁଣା କଟକ ପଞ୍ଚାୟତ କମଲପୁର୍ ଗ୍ରାମ ର ମାଁ ପିତାବଳୀ କ୍ଳବ୍ ତରଫରୁ ନେହେରୁ ଯୁବ କେନ୍ଦ୍ର , ବୌଦ୍ଧ ସହାୟତା ରେ  ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସ ପାଳନ କରାଯାଇଛି । କ୍ଲବ୍ ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୁରୁ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ପୁରୁଣା କଟକ ଭୈରବୀ କଲେଜ୍ ର ଅଧ୍ୟକ୍ଷ  ମନୋଜ ପାଠି ଯୋଗ ଦେଇ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଜୀବନୀ ଓ ଦେଶ ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ ।

  ସମ୍ମାନିତ ଅଥିତି ରୂପେ ସମାଜସେବୀ ମନୋଜ ଭୋକ୍ତା ଯୋଗ ଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ନେହେରୁ ଯୁବ କେନ୍ଦ୍ର , ବୌଦ୍ଧ ର ହରଭଙ୍ଗା ବ୍ଲକ୍ ର କାର୍ଯ୍ୟରତ ଜାତୀୟ ଯୁବ ସ୍ଵେଚ୍ଛାସେବୀ ନିଳୀମା ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମ୍ପାଦକ ଅଞ୍ଜନ୍ ଦେହୁରୀ , ସିଲୁ ଗୁରୁ ପ୍ରମୁଖ ସାହାଯ୍ୟ ସହୋଯୋଗ କରିଥିଲେ ।

0
0
0
s2sdefault