ହେଡଲାଇନସ୍:

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି  / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ସ୍ଥାନୀୟ ଜିଲ୍ଲା  ଶିଳ୍ପ-କେନ୍ଦ୍ର ଆନୁକୂଲ୍ୟରେ ୧୨ ଦିନିଆ ଏକ ଉଦ୍ୟୋଗୀ ବିକାଶ ସଚେତନତା ତାଲିମ କାର୍ଯ୍ୟକ୍ରମ ଉଦ୍ ଘାଟିତ  ହୋଇଯାଇଛି ।

  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ମୋହନ ଶବର ସଭାପତିତ୍ୱ କରି ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ  କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ନାବାର୍ଡ ଏଜିଏମ.ସୁଦ୍ୟୋମ୍ନ ପାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବପିଢି ମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ । 

     ସ୍ଥାନୀୟ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତା ନନ୍ଦ ବ୍ରହ୍ମା , ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବକ ଯୁବତୀ ମାନଙ୍କୁ ମୁଖ୍ୟତଃ ଚାକିରୀ ପଛରେ ନ ଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ଦାତାର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

ସ୍ଥାନୀୟ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ଶାନ୍ତନୁ କୁମାର ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କ ପକ୍ଷରୁ ଉଦ୍ୟୋଗୀ ମାନଙ୍କ  ନିମନ୍ତେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ।

  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ନିଜେ ସ୍ୱାବଲମ୍ବୀ ହେବା ସହ ଜଣେ ପ୍ରତିଷ୍ଠିତ ଉଦ୍ୟୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ ।

    କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲା ଶିଳ୍ପ କେନ୍ଦ୍ରର  ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ଯୋଗଦେଇ ସ୍ୱାଗତ ଭାଷଣ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault