ହେଡଲାଇନସ୍:

ଗଠନ ହେଲା ନୃସିଂହନାଥ (ପାଇକମାଲ)ବାର ଆସୋସିଏସନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଖୁବଶୀଘ୍ର ପାଇକମାଲ ରେ ଖୋଲିବାକୁ ଯାଉଛି JMFC କୋର୍ଟ । ଏଥିପାଇଁ ନୂତନ ଭାବରେ କୋର୍ଟ ପରିସର ନିର୍ମାଣ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ସରିଛି । ନୂତନ ପରିସର ନିର୍ମାଣ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ସ୍ଥାନରେ କୋର୍ଟ କାର୍ଯ କରିବାର ନିର୍ଦ୍ଧାରିତ ହେଇଯାଇଛି । ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ତୈଲିକ ସାହୁ ବୈଶ୍ୟ ସମାଜର ଧର୍ମଶାଳା ଠାରେ ପାଇକମାଲ ଅଂଚଳର ଓକିଲ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହେଇ ନୂତନ ବାର ଆସୋସିଏସନ ଗଠନ କରାଯାଇଛି । ବରିଷ୍ଠ ଓକିଲ ଶ୍ରୀ ସଦାନନ୍ଦ ମିଶ୍ର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ରାମରତନ ପୁରୋହିତ ଙ୍କୁ ବାର ର ସଭାପତି , ହିତେନ୍ଦ୍ରିୟ ବାରିକ ଉପସଭାପତି , ରାଜକିଶୋର ସାହୁ ସମ୍ପାଦକ , ମନୋଜ ପ୍ରଧାନ ସହସମ୍ପଦକ , ଜୟନ୍ତ ପ୍ରଧାନ ଙ୍କୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି । ଉକ୍ତ ବୈଠକରେ ଶ୍ରୀ ପ୍ରତୀକ ତ୍ରିବେଦୀ , ଧବଳେଶ୍ବର ସାହୁ , କେଶବ ସାହୁ , ଗିରିବଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।।ନୂତନ ବାର ର ସମସ୍ତ କର୍ମକର୍ତା ମାନଙ୍କୁ ସ୍ଥାନୀୟ ସାମ୍ବାଦିକ ବନ୍ଧୁ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault