ହେଡଲାଇନସ୍:

"୨୦ ବର୍ଷ ପରେ ୫-ଟି କାହିଁକି, ମନ୍ତ୍ରୀ- ବିଭାଗୀୟ ସଚିବ କଣ ଅଯୋଗ୍ୟ !!!!":

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ସରକାରଂକ ୫-ଟି ଭେଳିକି : ପ୍ରଶ୍ନ ଉଠାଇଲେ ଅପରାଜିତା 

 ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ

 ୨୦ ବର୍ଷ ଧରି ଲାଗୁ ହୋଇନଥିଲା କି ୫-ଟି?

 ୫-ଟିକୁ ଏକ ଅଲଗା ବିଭାଗ କରି ଜଣକୁ ଦାୟୀତ୍ୱ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ଦୁର୍ବଳ କରୁଛନ୍ତି କି ରାଜ୍ୟସରକାର?

 ବିଭାଗର ସଚିବ ଏବଂ ମନ୍ତ୍ରୀଙ୍କ ପାରିବାପଣିଆ ଓ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଉଛନ୍ତି ରାଜ୍ୟସରକାର

 ବିଭିନ୍ନ ବିଭାଗର ଦାୟୀତ୍ୱରେ ଥିବା ସଚିବ ଏବଂ ମନ୍ତ୍ରୀ ମାନଙ୍କୁ ସଶକ୍ତ ଏବଂ ସକ୍ଷମ କରାଯାଉ

 ୫-ଟିକୁ ଏକ ଅଲଗା ବିଭାଗ କରି ଜଣକୁ ସମସ୍ତ କ୍ଷମତା ଦେବା ଠିକ୍ ନୁହେଁ

ଭୁବନେଶ୍ୱର(SPB): ଆଇଏଏସ ପ୍ରଶିକ୍ଷଣ ସମୟରେ ୫-ଟି ( ଟ୍ରାନ୍ସପରେନ୍ସି, ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଏବଂ ଟାଇମ)ପାଠ ପଢାଯାଉଥିଲା । ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ । ଏଥିରେ କୌଣସି ନୂତନତ୍ୱ ନାହିଁ, ଏହା ବହୁତ ପୂରୁଣା କଥା । ଏହା ସୁଶାସନର ପକ୍ଷ ନୁହେଁ । ଶାସକ ବିଜେଡି ୨୦ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବାବେଳେ ହଠାତ୍ ଏବେ କାହିଁକି ୫-ଟି ଅଣାଗଲା ବୋଲି ଭୁବନେଶ୍ୱର ବିଜେପି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । 

ଏବେ ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ୨୦ ବର୍ଷ ଧରି ଲାଗୁ ହୋଇନଥିଲା କି? ସରକାରୀ ସିଷ୍ଟମରେ ୫-ଟିକୁ ଲାଗୁ କରାଯାଇ ନଥିଲା କି ? ରାଜ୍ୟସରକାର ୫-ଟି ଏକ ଅଲଗା ବିଭାଗ କରି ଜଣକୁ ଦାୟୀତ୍ୱ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ଦୁର୍ବଳ କରୁଛନ୍ତି କି ? ଗୃହ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପରି ଅନେକ ବିଭାଗର ସଚିବ ଏବଂ ମନ୍ତ୍ରୀଙ୍କ ପାରିବାପଣିଆ ଓ ଯୋଗ୍ୟତା ଉପରେ ରାଜ୍ୟସରକାର ପ୍ରଶ୍ନ ଉଠାଉଛନ୍ତି କି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । 

ସେହିପରି ୫-ଟି ପାଇଁ ଅଲଗା ବିଭାଗ କରିବା ପରିବର୍ତେ ବିଭିନ୍ନ ବିଭାଗର ଦାୟୀତ୍ୱରେ ଥିବା ସଚିବ ଏବଂ ମନ୍ତ୍ରୀ ମାନଙ୍କୁ ସଶକ୍ତ ଏବଂ ସକ୍ଷମ କରାଯାଉ । ୫-ଟି ଦ୍ୱାରା କାର୍ଯ୍ୟ ହେଉ କିନ୍ତୁ ଏହାକୁ ଏକ ଅଲଗା ବିଭାଗ କରି ଜଣକୁ ସମସ୍ତ କ୍ଷମତା ଦେବା ଠିକ୍ ନୁହେଁ । ପ୍ରଚଳିତ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଗଲେ ଜନସାଧାରଣ ଉପକୃତ ହେବେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

0
0
0
s2sdefault