ହେଡଲାଇନସ୍:

ସମାଜସେବୀ ଶାନ୍ତନୁ କୁସୁମ ଦୁର୍ଘଟଣାରେ ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସୁନ୍ଦରଗଡ଼/ଶାସକ ପ୍ରଶାସକ - ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମାନବାଧିକାର କର୍ମୀ ଶାନ୍ତନୁ କୁସୁମ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି | ସମାଜସେବୀ ଶ୍ରୀ କୁସୁମ ଗତକାଲି ସନ୍ଧ୍ୟାରେ ଶଙ୍କରା ଠାରୁ କିରେଇ ଆଡକୁ ଏକ ସ୍କୁଟି ଯୋଗେ ଯାଉଥିବା ବେଳେ ବନଦୁର୍ଗା ମନ୍ଦିର ପାଖରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା | ଗାଡି ଧକ୍କାରେ ଶ୍ରୀ କୁସୁମ ଭାରସାମ୍ୟ ହରାଇ ତଳେ ପଡି ଯାଇଥିବା ବେଳେ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲେ | ସେହି ସମୟରେ ପଛପଟୁ ଏକ ବସ ଆସୁଥିବା ବେଳେ ଅଳ୍ପକେ ଶ୍ରୀ କୁସୁମି ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ | ରାସ୍ତାରେ ଯାଉଥିବା ଜଣେ ଲୋକ ସଙ୍ଗେ ସଙ୍ଗେ କୁସୁମଙ୍କୁ ଉଦ୍ଧାର କରି ଆରୋଗ୍ୟ ନର୍ସିଙ୍ଗ ହୋମରେ ଭର୍ତ୍ତି କରିଥିଲେ | ଦୁର୍ଘଟଣାରେ କୁସୁମଙ୍କ ଶରୀରର ଏକାଧିକ ସ୍ଥାନ କ୍ଷତାକ୍ତ ହୋଇଥିବା ବେଳେ ବାମ ହାତର ହାଡ଼ ଟିଏ ଭାଙ୍ଗି ଯାଇଛି | ହାତରେ ପ୍ଲାଷ୍ଟର ହେଲାପରେ ବର୍ତ୍ତମାନ କୁସୁମ ଡେଙ୍ଗୀଭାଡ଼ି ସ୍ଥିତ ଭିଏଚପି କାର୍ଯ୍ୟାଳୟକୁ ଫେରି ଯାଇଛନ୍ତି | ଆଜି ଅପରାହ୍ନରେ କୁସୁମଙ୍କ ଦୁର୍ଘଟଣା ଖବର ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାରିତ ହେଲାପରେ ଡେଙ୍ଗୀଭାଡ଼ି ସ୍ଥିତ ଭିଏଚପି କାର୍ଯ୍ୟାଳୟରେ ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧି ମାନେ ପହଞ୍ଚି କୁସୁମଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଛନ୍ତି |ଚିକିତ୍ସା କରୁଥିବା ଡାକ୍ତର କୁସୁମଙ୍କୁ ଏକମାସ ଯାଏ ବିଶ୍ରାମରେ ରହିବା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି |

0
0
0
s2sdefault