ହେଡଲାଇନସ୍:

କୋମନା ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମିଲ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ ସୁବାସ ଚୌହାନ 

 ନୂଆପଡ଼ା :-  ନୂଆପଡ଼ା ବିଧାନସଭା ଅନ୍ତଗତ  କୋମନା ବ୍ଲକ ର ବିଭିନ୍ନ ପଞ୍ଚାୟତରେ  ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ପଦଯାତ୍ରା ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଶ୍ରୀଯୁକ୍ତ ସୁବାସ ଚୌହାନ , ନୂଆପଡ଼ା  ବିଧାୟକ ରାଜେନ୍ଦ୍ର ଢୋଲକିଆ  ବିଜୁ ଜନତା ଦଳ ଜିଲ୍ଲା  ପର୍ଯ୍ୟବେକ୍ଷକ  ସୋଭାଗ୍ୟ ନାୟକ,  ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଯୁବନେତା ଟିଟୁ ପଣ୍ଡା , ଜିଲ୍ଲା ପରିଷଦ ଉପାଧକ୍ଷ ଭାନୁ ମାଝୀ, କୋମନା ବ୍ଲକ ଅଧକ୍ଷ ମନୋଜ ମିଶ୍ର, ବିଜୁ ଜନତା ଦଳ ଟାଣୁଆ ନେତା ଅବନୀ ରଂଜନ ଯୋଶୀ , ନୀତିଆ ଭୋଇ, କାଳିଆ ପ୍ରଧାନ, କାର୍ତ୍ତିକ ଦୀପ, ଅଜୟ ଗହୀର ଏହି ପ୍ରମୁଖ  ଯୋଗ ଦାନ କରି ଗାଁ ଗାଁ କୁ ଯାଇ ବିଭିନ୍ନ ସ୍ଥାନରେ ସଭାକରି  ପଦଯାତ୍ରା ର ଉଦେଶ୍ୟ କହିଥିଲେ । ସ୍ଥାନୀୟ ସମସ୍ୟା ଏବଂ ଲୋକ ଙ୍କ ସୁଖ ଦୁଃଖ ଶୁଣିବା ସହିତ ବିଭିନ୍ନ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ବିଜେଡିର ନେତୃ ମଣ୍ଡଳୀ ।  ସମସ୍ତେ ଅଞ୍ଚଳ ବାସୀଙ୍କୁ  ପ୍ରତିଶ୍ରୁତି ଦେଇଥିଲେ କି ଆଗାମୀ ଦିନରେ ଏହି ଅଞ୍ଚଳ ର ପାରୁ ପର୍ଯ୍ୟନ୍ତ ସମସ୍ୟା ର ସମାଧାନ କରିବୁ । ବିଗତ 20 ବର୍ଷରେ ଯେପରି  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ନେତୃତ୍ବ ରେ ଓଡିଶା ଆଗେଇ ଛି ସେହି ପାରି ଆଗାମୀ ଦିନ ରେ  ଲୋକ କମିତି ସମୃଦ୍ଧି ଶାଳୀ ହେବେ ଏହା ପାଇଁ ବିଜୁ ଜନତା ଦଳ ନେତୃ ମଣ୍ଡଳୀ ସବୁବେଳେ  କାମ କରିବ । ବିଜେଡି ର ଏହି ପଦଯାତ୍ରା କୁ ବିପୁଳ ଜନସମ୍ମର୍ଥନ ମିଳିବା ସହିତ ବିଭିନ୍ନ ଗ୍ରାମରେ ଲୋକେ ପାରମ୍ପରିକ ବାଦ୍ୟ ଓ ଗ୍ରାମର ବ8ବିଭିନ୍ନ ସ୍ଥାନରେ କଳସ ସ୍ଥାପନ କରି ସ୍ୱାଗତ କରିଥିଲେ । ଏହି ପଦଯାତ୍ରା ଓ ସଭା ମାନଙ୍କରେ ମହିଳା ମାନେ ବେଶୀ ସଂଖ୍ୟାରେ ଯୋଗଦାନ କରିବା ସହିତ ନେତୃ ମଣ୍ଡଳୀଙ୍କର ସହିତ ଖୋଲାଖୋଲି ଭାବରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

0
0
0
s2sdefault