ହେଡଲାଇନସ୍:

ସାମାନ୍ୟ ବିସ୍କୁଟ ଡାକି ଆଣିଲା ମରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାମୁ ଘର ଭଣଜା ପାଇଁ ହେଲା କାଳ !

ସିନାପାଲିରୁ ନିରାକାର ମେହେର  ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ତାଲ  ପଦର ଗାଁ ରେ !ସାମାନ୍ୟ ବିସ୍କୁଟ ପାଇଁ ଏକ ନିରୀହ ଜୀବନ ବଳି ପଡିଲା ! ଜିତେନ୍ଦ୍ର ମାଝୀ ( ୬) ପିତା -ଜେମାମଣି ମାଝୀ, ଗାଁ ଝାରବନ୍ଧ !କୌଣସି କାମରେ ଜେମାମଣି ମାଝୀ ତାଙ୍କ ଶ୍ୱଶୁରର ଘର ତାଳପଦର ଗାଁ ଆସିଥିଲେ ଓ ତାଙ୍କ  ସହିତ ତାଙ୍କ ପୁଅ ଜିତେନ୍ଦ୍ର ମାଝୀକୁ ଆଣି ଦୁଇ ଦିନ ହେଲା ସହି ଗାଁ ରେ ରହିଆସୁଥିଲେ ! ହେଲେ ଦଇବ ଲିଖନ କେ କରିବ ଆନ ! ସାମାନ୍ୟ ବିସ୍କୁଟ ପାଇଁ ଏକ ନିରୀହ ଜୀବନ ଉଡ଼ିଗଲା ! ଜିତେନ୍ଦ୍ର ମାଝୀ ତାଙ୍କ ମାମୁ ଘର କୂଅ ପାଖେ ବିସ୍କୁଟ ଖାଉଥିଲେ ଓ ତାଙ୍କ ସହିତ ତାଙ୍କ ସାଙ୍ଗସାଥି ବି ଥିଲେ ! ବିସ୍କୁଟ ଖାଉଥିବା ସମୟ ହଠାତ  ବିସ୍କୁଟ କୂଅ ଭିତରେ ପଡିଗଲା | ସେ ବିସ୍କୁଟକୁ ଆଣିବାକୁ ଯିବା ସମୟରେ ତାଙ୍କ ଗୋଡ଼ ଖସିଗଲା ଓ ସେ କୂଅରେ ପଡିଗଲେ ! ତାଙ୍କ ସାଙ୍ଗ ସାଥି ଦୌଡି ଯାଇ ତାଙ୍କ ମାମୁଙ୍କ ଘର ଲୋକଙ୍କୁ କହିଥିଲେ ! ତାଙ୍କ ଘର ଲୋକେ ଆସି ଜିତେନ୍ଦ୍ର ଙ୍କୁ କୂଅ ରୁ ଉଦ୍ଧାର କରିଥିଲେ ! ଉଦ୍ଧାର କରିଥିବା ବେଳ କୁ ଜୀବନ ର ପ୍ରାଣ ବାୟୁ ଉଡି ଯାଇଥିଲା !ପରେ ତାଙ୍କ ମାମୁ ପୋଲିସ କୁ ଘଟଣା ସମ୍ପର୍କ ରେ ଜଣାଇଥିଲେ ଓ ସିନାପାଲି ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ଘଟଣା ସ୍ଥଳକୁ ପହଂଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ | ଏକ ଅପମୃତ୍ୟୁ ମାମଲା ରେ କେଶ ନମ୍ବର ud12/19ରୁଜୁ କରି ଶବ ବ୍ୟବଛେଦ ପାଇଁ ସିନାପାଲି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ ! ପରେ ସୁଧାଂଶୁ ଶେଖର ସାହୁ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ !

0
0
0
s2sdefault