ହେଡଲାଇନସ୍:

ଗାଇସିଲେଟ ଠାରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

  ଗାଇସିଲେଟ(କେଦାର ନାଥ ସାହୁ): ଗାଇସିଲେଟ ବ୍ଲକ ସ୍ଥିତ ସ୍ଥାନୀୟ  ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷାଅଧିକାରୀ ରାମଲାଲ ବରିହା ପୁର୍ବାହ୍ନ ରେ ଉଦ୍ଘାଟନ କରିବା  ପରେ କ୍ଳଷ୍ଟର ରୁ ଯୋଗ୍ୟ ବିବେଚିତ ହୋଇ ଯାଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କନିଷ୍ଠ ବିଭାଗରେ ସୃଜନଶୀଲ ଲେଖନୀ ରେ ଲିଜାଶ୍ରୀ ସାଗର,ବକ୍ତୃତାରେ ଜୟନ୍ତୀ ପୁଟେଲ, ଶୃତ ଲିଖନ ରେ ରତନ ଥପା, କୁଇଜରେ ଆର୍ଯନ ଆଶୁତୋଶ ନାୟକ, ସଙ୍ଗୀତ ରେ ଧରିତ୍ରୀ ନାଗ, ଚିତ୍ରାଙ୍କନ ରେ ମୁନା ସୁନା ଓ ବରିଷ୍ଠ ବିଭାଗର ସଙ୍ଗୀତ ରେ ପ୍ରେମଶିଲା ପଶାୟତ, ଚିତ୍ରାଙ୍କନରେ ଲିପି ବିଶ୍ୱାଲ, ସୃଜନଶୀଳ ଲେଖନୀରେ ବିରଜା ପଧାନ, ପ୍ରବନ୍ଧ ରେ ସିଦ୍ଧାର୍ଥ ତାଣ୍ଡି, କୁଇଜ ରେ ତରଣୀ ପ୍ରସାଦ ଭୋଇ, ଦିବ୍ୟାଙ୍ଗ ବିଭାଗର ଚିତ୍ରାଙ୍କନରେ ହିମାଂଶୁ ବେହେରା, ସଙ୍ଗୀତରେ ରୋଜି ଛତ୍ରିଆ, ଚିତ୍ରାଙ୍କନରେ ମୁନା ସୁନା ଜିଲ୍ଳା ସ୍ତରକୁ ମନୋନୀତ ହୋଇଥିଲେ। ବିଇଓ ରାମଲାଲ ବରିହାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ବରଗଡ ଜିଲ୍ଳାପରିଷଦ ଉପାଧ୍ୟକ୍ଷ ମଦନ ଦୀପ  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ  ଉପାଧ୍ୟକ୍ଷ ପ୍ରଣୟ ସାହୁ ସମ୍ମନୀତ ଅତିଥି ଭାବେ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ପଣ୍ଡା ଗାହାକ ସେଠ,  ରାମସିଂ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ ।ପ୍ରହଲ୍ଲାଦ ସାହୁ ପଦ୍ମଲୋଚନ ବାରିକ, ଦେବାନନ୍ଦ ପଧାନ, ମାନସ ସତପଥି, ସହଯୋଗ କରିଥିବା ବେଳେ ସୁଦର୍ଶନ ବାରିକ ଓ ଶଙ୍କର ବେହେରା ସାମୁହିକ  ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନବୀନ ସାହୁ ମଞ୍ଚପରିଚାଳନା କରିଥିବା ବେଳେ ଋକ୍ମଣ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault