
ରାଜଗାଙ୍ଗପୁର ୨/ ୯ (ବିଷ୍ଣୁ ଭୋମିକ) – ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ର ଇଡି ଚେତନ ଶ୍ରୀବାସ୍ତବ ଙ୍କ ନାଁ ରେ ରାଜଗାଙ୍ଗପୁର ଥାନା ମାମଲା ରୁଜୁ କରାଯାଇଛି । ଏହା ସହ ତାଙ୍କ ସହଯୋଗୀ ୪ ଜଣ ଙ୍କ ନାଁ ରେ ଥାନା ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଛି। ଦିଲିପ ସାହୁ ଙ୍କ ପତ୍ନୀ ପ୍ରତିମା ସାହୁ ଙ୍କ ଅଭିଯୋଗ କ୍ରମେ ପୋଲିସ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ଗତ ଅଗଷ୍ଟ ୩୦ ତାରିଖ ରେ ଫୁଟବଲ ପଡିଆ ନିକଟରେ ଥିବା ଗଣେଷ ପୂଜା ପେଣ୍ଡାଲ ନିକଟରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ର ଇଡି ଚେତନ ଶ୍ରୀବାସ୍ତବ ଓ ସ୍ଥାନୀୟ ନେତା ଦିଲୀପ ସାହୁ ଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଦିଲିପ ସାହୁ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଆଜି ଦିଲିପ ସାହୁ ଙ୍କ ପତ୍ନୀ ପ୍ରତିମା ସାହୁ ଥାନା ରେ ଲିତ ଅଭିଯୋଗ କଲା ପରେ ପୋଲିସ କମ୍ପାନୀ ର ଇଡି ଚେତନ ଶ୍ରୀବାସ୍ତବ, ଗୌତମ ମହାରଥୀ, ଅମରେଶ ପଣ୍ଡା, ପ୍ରତାପ ବିଶ୍ଵାଳ, କାଳି ପ୍ରସାଦ ନାଁ ରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରାଯାଇଛି। ଫୁଟବଲ ପଡିଆ ନିକଟରେ ଥିବା ଗଣେଶ ପୂଜା ପେଣ୍ଡାଲ ନିକଟରେ ଚେତନ ଶ୍ରୀବାସ୍ତବଙ୍କୁ ଦିଲିପ ସାହୁ ସାକ୍ଷାତ କରି ତାଙ୍କର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । କିଛି ସମୟରେ ପରେ ଚାଲି ଚାଲି ଗଲା ମଧ୍ୟରେ ଆଲୋଚନା କରିବା ପାଇଁ ଇଡି ଚେତନ ଙ୍କୁ ଅନୁରୋଧ କଲା ବେଳେ ଇଡି ଚେତନ ଶ୍ରୀବାସ୍ତବ ନାକ ରେ ଆକ୍ରମଣ କରିବା ସହ ତାଙ୍କ ସାଥ୍ରେ ଥିବା ସୁରକ୍ଷା କର୍ମୀ ଆକ୍ରମଣ କରିବା ପାଇଁ କହିଥିଲେ ଫଳରେ ନାକ ଫାଟି ରକ୍ତାତ ହେବାରୁ ଗୁରୁତର ହୋଇଥିଲେ ବୋଲି ପ୍ରତିମା ସାହୁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରୁନଥିବାରୁ ଆଜି ଟ୍ରକ ମାଲିକ ସଂଘ ର କିଛି ସଦସ୍ୟ ଙ୍କ ସମେତ କିଛି ସ୍ଥାନୀୟ ବାସିନ୍ଦା ଥାନା କୁ ଯାଇ ଅଧିକାରୀ ଙ୍କ ସହିତ ଆଲୋଚନା କରିବା ପରେ ପୋଲିସ ମାମଲା ରୁଜୁ କରିଛି । ଏନେଇ ପୋଲିସ ତଦନ୍ତ ଜାରି ରଖୁଛି।