ଓଡ଼ଗାଁ,୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ସନ୍ନିକଟ ନାଥିଆ ପଲ୍ଲୀ ଗ୍ରାମର ବାଉଁଶ ରାଣୀ ଖେଳର ଜନକ ପୂର୍ଣ୍ଣ ଦାସଙ୍କ ଅବର୍ତ୍ତମାନରେ ମଙ୍ଗଳବାର ଦଶାହ କାର୍ଯ୍ୟ ଦିବସରେ ପରିବାର, ଜ୍ଞାତି କୁଟୁମ୍ବଙ୍କ ସହିତ ଗ୍ରାମବାସୀ ମାନେ ତାଙ୍କର ସ୍ମୃତି ଚାରଣ କରିଛନ୍ତି । ଗରିବ ପରିବାର ହେତୁ ଖାଦ୍ୟ ବସ୍ତ୍ର ଯୋଗାଡ଼ ପାଇଁ ପୂର୍ଣ୍ଣ ଦାସ ସ୍ତ୍ରୀ ଛାୟା ଦାସଙ୍କ ସହିତ ପିଲାମାନଙ୍କୁ ସାଙ୍ଗରେ ନେଇ ପରିବାର ଭରଣପୋଷଣ ଉଦେଶ୍ୟରେ ଏହି ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରିଥିଲେ । ସେଥିରୁ ଉପାର୍ଜନ ଅର୍ଥରେ ସାରା ପରିବାର କଷ୍ଟେମଷ୍ଟେ ଚଳି ଯାଉଥିଲେ । ଦେଶ ସହିତ ବିଦେଶ ଫ୍ରାନ୍ସରେ ଖେଳ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହେବା ପରେ ଏହାର ପ୍ରଚାର ପ୍ରସାର ହୋଇଥିଲା । ଓଡ଼ିଶା ରାଜ୍ୟ ଓ ଜାତୀୟ ଦୂରଦର୍ଶନରେ କାର୍ଯ୍ୟକ୍ରମର ପ୍ରସାରଣ ହୋଇଥିଲା । ବାଉଁଶ ରାଣୀ ଖେଳ ସହିତ ଜିମ୍ନାଷ୍ଟିକ ଖେଳ ପ୍ରଦର୍ଶିନ କରି ଦର୍ଶକ ମାନଙ୍କୁ ଆକୃଷ୍ଟ କରି ପାରୁଥିବାରୁ ଜଣେ ଭାରତୀୟ ସେନା ଅଧିକାରୀ ବଡ଼ ଝିଅକୁ ସେନା ବାହିନୀରେ ଭର୍ତି କରିଥିଲେ । ପୂର୍ଣ୍ଣଙ୍କ ଉପସ୍ଥିତି ନଥିଲେ ମଧ୍ୟ ତାଙ୍କର ବଂଶୀ, ଶାହାନାଇ, ହାରମନିୟମ ଏବଂ ବାଦ୍ୟ ଯନ୍ତ୍ରର ଶବ୍ଦ ସମସ୍ତଙ୍କ ମନରେ ଗୁଞ୍ଜରିତ ହେଉଥିବ ନିଶ୍ଚୟ ।
ରାଜ୍ୟ
ବାଉଁଶ ରାଣୀ ଖେଳର ଜନକଙ୍କ ପାଇଁ ସ୍ମୃତି ଚାରଣ
- Hits: 67