ସମ୍ବଲପୁର:(ଲିପନ ନାଏକ): ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରୁ ଗାଈଗୋରୁଙ୍କ ସଂଖ୍ୟା ହ୍ରାସ ଓ ଚାରଣ ଭୂମିର ଅଭାବ ଏକ ନୂତନ ସମସ୍ୟା ନୁହେଁ, କିନ୍ତୁ ଏହା ଏକ ଗମ୍ଭୀର ଚାଲେଞ୍ଜ ଯାହା ବହୁ ଦଶନ୍ଧି ଧରି ଚାଲି ଆସିଛି ଏବଂ ଗ୍ରାମୀଣ ଭାରତର ମୂଳଦୁଆକୁ ଦୋହଲାଇ ଦେଇଛି କାରଣ ବର୍ତ୍ତମାନ ସମୟରେ ବଜାରରେ ବିକ୍ରି ହେଉଥିବା ମାଛ ଦର ଠୁ କମ୍ ଦାମରେ ନିଜ ଗାଈଗୋରୁଙ୍କୁ ବିକ୍ରି କରି ଦେଉଛନ୍ତି ଚାଷୀ ଓ ସାଧାରଣ ଲୋକମାନେ ଏହି ଦେଖି ଆଶ୍ଚର୍ଯ୍ୟ ଓ ଦୁଃଖ ଲାଗୁଛି ଯେ ଯେତେବେଳେ ଏହି ସମସ୍ୟା ଏତେ ପୁରୁଣା ଓ ବର୍ତ୍ତମାନ ଏହା ଏକ ଗମ୍ଭୀର ରୂପ ନେଇଛି, ପ୍ରଶାସନ ପକ୍ଷରୁ କାହିଁକି ଆଶା କରାଯାଇଥିବା ସକ୍ରିୟତା ଏବଂ ତୁରନ୍ତ ପଦକ୍ଷେପ ନିଆଯାଉ ନାହିଁ। ଏହା ଏକ ମୌଳିକ ପ୍ରଶ୍ନ ଯାହା ଯୋଗୁଁ ଗାଈଗୋରୁ ଧୀରେ ଧୀରେ ଗାଁରୁ ଲୋପ ପାଉଛନ୍ତି ଏବଂ ଚାଷୀମାନେ ବହୁତ କମ ମୂଲ୍ୟରେ ସେମାନଙ୍କ ଗାଈ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି, କାରଣ ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ସମୟରେ ଚାଷୀମାନେ ନିଜ ନିଜ ଚାଷ ଜମିରେ ଧାନ ତଳି ରୋପା କରନ୍ତି ଏବଂ ଯେତେବେଳେ ଏହି ଅଞ୍ଚଳରେ ଥିବା ସମ୍ପୂର୍ଣ ଜାଗାରେ ଧାନ ବୁଣା ବା ଧାନ ତଳି ରୋପା ସରିଥାଏ ସାଧାରଣତଃ ଗାଈଗୋରୁ ଠୁ ଆରମ୍ଭ କରି ଛେଳି ଆଦି ସମସ୍ତ ଗୃହପାଳିତ ପ୍ରାଣୀ ନିଜ ଘରେ ବାନ୍ଧି ରଖିବା ପାଇଁ ସୂଚନା ବା ସ୍ଲୋଗାନ ଦିଆଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ଯଦି କୌଣସି ଗରିବ ବା ମଧ୍ୟବିତ୍ତ ପରିବାରର ଚାଷୀଙ୍କ ସେହି ଭୋକ ଉପାସରେ ରହିଥିବା ନିରୀହ ପ୍ରାଣୀ ଯଦି କାହାରି ଫସଲ ଖାଇ ଯଦି ନିଜ ଭୋକିଲା ପେଟକୁ ପୋଷଣ କରନ୍ତି ସେତେବେଳେ ଲଗା ଯାଇଥିବା ଧାନ ଜମି ମାଲିକ ଓ ପାଳନ କରିଥିବା ଗାଈ ମାଲିକଙ୍କ ମଧ୍ୟରେ ମାର୍ ପିଟ୍ ସହ କ୍ଷତି ପୂରଣ ପାଇଁ ଗାଈ ମାଲିକଙ୍କୁ ବାଧ୍ୟ କରାଯାଇଥାଏ। ତେବେ ଏହାର ମୁଖ୍ୟ କାରଣ ଗୁଡିକ ଜମିରେ ଅନୁବାଦ କରିବା ଉପରେ ଏନକ୍ରୋଚମେଣ୍ଟ ଓ ବେଆଇନ ବୃତ୍ତି ବୃଦ୍ଧି କରୁଛି ଜମି ମାଲିକ ରେକର୍ଡରେ ଲିପିବଲ ଲିପିବଦ୍ଧ ହୋଇଛି, କିନ୍ତୁ ଭୂମି ବାସ୍ତବତା ଅନ୍ୟ କିଛି ଅଟେ। ଯାହା ଦ୍ୱାରା ପଶୁମାଙ୍କୁ ଚରାଇବା ପାଇଁ ସ୍ଥାନ ନାହିଁ। ଯେତେବେଲଳେ ଗାଈମାନ ପାଇଁ କୌଣସି ଚାରଣଭୂମି ନଥାଏ, ଚାଷୀମାନେ ତାଙ୍କୁ ଆର୍ଥିକ ଭାବେ ପାଳନ କରିବାକୁ ଅସମର୍ଥ ହୋଇ ଥାନ୍ତି। ସେମାନଙ୍କୁ ଖାଦ୍ୟ କିଣିବାକୁ ପଡେ, ଯାହା ଏକ ବିରାଟ ବୋଝ। ଚାଷୀମାନେ ସେମାନଙ୍କର ଗାଈ ମାନଙ୍କୁ ଫୋପାଡି ମୂଲ୍ୟରେ ବା ଆଳୁ ବସ୍ତା ଦର ମୂଲ୍ୟରେ ବାଧ୍ୟ ହୁଅନ୍ତି ଯାହା ଗ୍ରାମୀଣ ଅର୍ଥନୀତି ଓ ଜୈବିକ କୃଷି ଓ ସଂସ୍କୃତିକଂ ଐତିହ୍ୟ ପାଇଁ ଏକ ବଡ଼ କ୍ଷତି। ତେବେ ପ୍ରଶାସନିକ ଅଧିକାରୀ ମାନେ, ସେମାନେ ଜିଲ୍ଲା ମାଜିଷ୍ଟ୍ରେଟ ହୁଅନ୍ତୁ କିମ୍ବା ତହସିଲଦାର, ସେମାନଙ୍କ ପ୍ରାଥମିକ ଦାୟିତ୍ୱ ହେଉଛି ସାର୍ବଜନୀନ ଜମି, ବିଶେଷ କରି ଚରଣ ଭୂମିକୁ ସୁରକ୍ଷା ଦେବା ଯଦ୍ୱାରା ବେଆଇନ ଭାବେ ଦଖଲ କରାଯାଇଥିବା ଗୋଚର ଭୂମି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ଜବରଦଖଲ ହଟାଇ ପାରିବା ଯା ଫଳରେ ଜମି ରେକର୍ଡକି ସ୍ୱଚ୍ଛ ଏବଂ ସଠିକ କରିପାରିବ। ତେଣୁ ଚାରଣ ଭୂମି ପାଇଁ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରିବା ଓ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି କରାଯାଇଛି ଯାହା ଦ୍ୱାରା ସ୍ଥିନୀୟ ସମ୍ପ୍ରଦାୟ ଏବଂ ଗ୍ରାମ ପଞ୍ଚାୟତଗୁଡିକ ଶାସକ୍ତ ହେବା ସହ ସେମାନେ ସେମାନଙ୍କର ଅଧିକାର ଏବଂ ଜମିର ସୁରକ୍ଷା ଦେଇ ପାରିବେ। ତେଣୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ନୀରବତା ଭାଙ୍ଗି ଏହି ଗମ୍ଭୀର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦେବା ସମୟ ଆସିଛି, ନଚେତ କେବଳ ଗୋରୁ ନୁହେଁ ବରଂ ଗ୍ରାମୀଣ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ମଧ୍ୟ ଧୀରେ ଧୀରେ ଆମ ଗାଁରୁ ଲୋପ ପାଇବ। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏହି ଦିଗରେ କଣ ପଦକ୍ଷେପ ନେଉଛି ତାହା ପ୍ରତି ସମସ୍ତଙ୍କର ନଜର ରହିଛି।
ରାଜ୍ୟ
ଜବରଦଖଲରେ ଚାରଣଭୂମି, ଗୋ' ପାଳନ ପ୍ରତି ଲୋକେ ବିତୃଷ୍ଣା
- Hits: 10