ହେଡଲାଇନସ୍:

ମୋ ସରକାରର କମାଲ : ପାଣ୍ଡିଆନଙ୍କ ଗସ୍ତର ପ୍ରଭାବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ଡାକ୍ତରଙ୍କ ପାଇଁ ପୁରସ୍କାର ଘୋଷଣା :୩୨୭୮ ଡାକ୍ତର ପଦବୀ ପୂରଣ ଲାଗି  ଉଦ୍ୟମ 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଓ କିଛି ଡାକ୍ତରମାନଙ୍କ କାମରେ ଅବହେଳା ଏବେ ସ୍ୱାସ୍ଥ୍ୟସେବା  ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ବେଳେ ୫ ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ତାଙ୍କ ବିଭିନ୍ନ ଜିଲ୍ଲାକୁ ତୋଫାନି ଗସ୍ତ ସମୟରେ ଅନୁରୂପ ପରିସ୍ଥିତି ଅନୁଭବ କରିଥିଲେ | ଆଉ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ତାହାର ପ୍ରଭାବ ଦେଖିବାକୁ ମିଳିଛି | ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ ତଥା ଲୋକାଭିମୁଖୀ କରିବା ଗୋଟିଏ ପଟେ  ଭଲକାମ କରୁଥିବା ଡାକ୍ତର ଓ ନର୍ସ ମାନଙ୍କ ପାଇଁ  ପୁରସ୍କାରର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଥବା ବେଳେ  ରାଜ୍ୟରେ ଡାକ୍ତର ଅଭାବ ପୁରଣ କରିବା ପାଇଁ  ସରକାର ନେଇଛନ୍ତି ପଦକ୍ଷେପ |  ୩୨୭୮ ଡାକ୍ତର ପଦବୀ ପୂରଣ ଲାଗି ଓପିଏସ୍‍ସିକୁ ପତ୍ର ଲେଖିଛନ୍ତି  ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା  |ଏଥି ମଧ୍ୟରେ ୨୦୦୦ ନୂଆ ଏଲ୍‍ଟିଆରଏମ୍‍ଓ ପଦବୀ ଅର୍ନ୍ତଭୁକ୍ତ । ଖାଲି ପଡିଥିବା ପଦବୀ ମଧ୍ୟରେ ସାଧାରଣବର୍ଗର ୧୩୫୮, ଏସ୍‍ସିବିସି ୧୩୬, ଏସ୍‍ସି ୭୦୯ ଓ ଏସ୍‍ଟି ବର୍ଗରେ ୧୦୭୫ ଟି ରହିଥିବା ଜଣାପଡିଛି | 

0
0
0
s2sdefault