ହେଡଲାଇନସ୍:

ସ୍ବେଚ୍ଛାସେବୀଙ୍କ ସହ ମିଶି  ଅସହାୟା ବୃଦ୍ଧାଙ୍କ ଶବ ସତ୍କାର କଲେ ମନ୍ତ୍ରୀ ସୁଶାନ୍ତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ (ଶାସକ ପ୍ରଶାସକ) : ଚୋର ଗ୍ରୀଣ୍ଡୋଲା,ଭଟଲି ବରଗଡ଼ର ଜଣେ ଅସହାୟ ବୃଦ୍ଧା ନୂଆଦେଇ ଭୁଏ | ବୟସ ୬୮ବର୍ଷ |  ନିଷ୍ଠା ପରିବାରର ତତ୍ବାବଧାନରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କ ପାଖରେ ତାଙ୍କର ଏକ ମାନସିକ ଅନଗ୍ରସର ଏକ ମାତ୍ର ପୁତ୍ର ରଂଜନ ଭୁଏ ଉପସ୍ଥିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହଠାତ୍ ଆଜି ସକାଳେ ନୂଆଦେଇ  ମୃତ୍ୟୁ ବରଣ କରିଥିଲେ । ଆଉ ଏ ଖବର ପହଂଚିଗଲା ରାଜ୍ୟସରକାରଙ୍କ ମନ୍ତ୍ରୀ ତଥା ଅସହାୟର ବନ୍ଧୁ ଭାବେ ଜଣାଶୁଣା ସୁଶାନ୍ତ ସିଂହଙ୍କ କାନରେ |  ସ୍ବେଛାସେବୀମାନଙ୍କର ପାଖରୁ ଏହି ଘଟଣା ଶୁଣି ମନ୍ତ୍ରୀ ଶ୍ରୀ ସିଂ କି ଥୟ ହୋଇ ବସି ପାରନ୍ତି | ବସିବା ଜାଗାରୁ ଉଠି ତୁରନ୍ତ ଉଠି ଚାଲିଲେ ବରଗଡ଼ ସ୍ଥିତ ନଦୀ ପଡା ଶ୍ମସାନ ଘାଟକୁ  | ଶ୍ମଶାନ ଘାଟରେ ପହଞ୍ଚି ମୃତ ନୂଆଦେଇ ଙ୍କର ଶବ ମହାପ୍ରୟାଣ ଗାଡିରୁ ବାହାର କରି ଶବ ସତ୍କାର ପର୍ଯନ୍ତ ସବୁ କାର୍ଯ୍ୟ ମୃତାଙ୍କ ଆତ୍ମୀୟ ଭଳି ସମ୍ପନ୍ନ କରିଥିଲେ | ସ୍ବେଚ୍ଛାସେବୀ ଅନୁଷ୍ଠାନ  ନିଷ୍ଠା ପରିବାର ବିକାଶ ଅଗ୍ରୱାଲ,ରୋହିତ ଜୟଶ୍ବାଲ,ଜୟନ୍ତ ପ୍ରଧାନ,ପୁର୍ଣ୍ଣ ଜେନା,ଚିତ୍ରସେନ ପ୍ରଧାନ ସହିତ ରହି ମନ୍ତ୍ରୀ ଶ୍ରୀ ସିଂ ନିଜେ ଶବଦାହ କରିଥିଲେ । 

0
0
0
s2sdefault