ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ଦ୍ଵିତୀୟ 'ମୋବାଇଲ ମେଳା' ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ଉପସ୍ଥିତିରେ ୩୫ ଜଣ ପ୍ରକୃତ ମାଲିକଙ୍କୁ ସେମାନଙ୍କର ହଜିଲା ଫୋନ୍ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ପୋଲିସ ୧୫୦ରୁ ଅଧିକ ମୋବାଇଲ୍ ଉଦ୍ଧାର କରି ଜନସାଧାରଣଙ୍କ ବିଶ୍ୱାସ ଜିତିପାରିଛି। ଭଞ୍ଜନଗର ପୋଲିସର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସବୁଠି ସାବାସୀର ସୁଅ ଛୁଟିଛି।"
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଆଜି ବର୍ଷର ଦ୍ଵିତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୫ ଟି ହଜିଥିବା ମୋବାଇଲକୁ ଉଦ୍ଧାର କରି ଅଭିଯୋଗ ଅନୁସାରେ ତାର ପ୍ରକୃତ ମାଲିକକୁ ହସ୍ତାନ୍ତର କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲଷ୍ମୀଧର ମହାନ୍ତି, ଏସଆଇ ଜ୍ୟୋସ୍ନା ସାହୁ, ଏଏସଆଇ ବିଦେଶୀ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର ମୋବାଇଲ ଗୁଡ଼ିକ ବଣ୍ଟନ କରିଥିଲେ।ସମସ୍ତେ ନିଜ ହଜିଥିବା ମୋବାଇଲ ପାଇବା ଆଶା ଛାଡ଼ି ଦେଇଥିବା ବେଳେ ଭଞ୍ଜନଗର ପୋଲିସ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ପୁଣିଥରେ ସେମାନଙ୍କ ମୋବାଇଲ ଫେରି ପାଇଥିବାରୁ ହିତାଧିକାରୀମାନେ ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏଥି ପୂର୍ବରୁ ଭଞ୍ଜନଗର ପୋଲିସ ୫ଟି ମୋବାଇଲ ମେଳାର ଆୟୋଜନ କରି ବିଭିନ୍ନ ସ୍ଥାନରେ ହଜିଥିବା ୧୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ନାମିଦାମୀ କମ୍ପାନୀର ମୋବାଇଲ ଉଦ୍ଧାର କରି ସେସବୁ ପ୍ରକୃତ ମାଲିକକୁ ଫେରସ୍ତ କରିଥିବା ଜଣାପଡ଼ିଛି।
ରାଜ୍ୟ
ଭଞ୍ଜନଗର ପୋଲିସର ବଡ଼ ସଫଳତା; ଟେକ୍ନୋଲୋଜି ବଳରେ ଉଦ୍ଧାର ହେଲା ୩୫ଟି ଦାମୀ ମୋବାଇଲ୍
- Hits: 17







