ହେଡଲାଇନସ୍:

ନିରୋଳା ପ୍ରଚେଷ୍ଟା, ନିଆରା ଦିପାବଳୀ :ଦୀପ ବଦଳରେ ହୃଦୟର ଖୁସି ହେଲା ପ୍ରଜ୍ବଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଂଗପୁର (ଶାସକ ପ୍ରଶାସକ) : ଦୀପାବଳିରେ ଦୀପ ଜଳେ..ଆତସବାଜୀରେ ଚାରିଦିଗ ପ୍ରଜ୍ଜ୍ଵଳିତ ଆଉ ପ୍ରକମ୍ପିତ ହୁଏ | ହେଲେ ସେଠି ଦୀପାବଳି ପାଳିଥିଲେ କିଛି ଉଦ୍ଯୋଗୀ ଯୁବକ | ହେଲେ ସେମାନେ ଦୀପ ବଦଳରେ ଶ୍ରଦ୍ଧା ଆଉ ଆନ୍ତରିକତାର ପ୍ରଦୀପ ଜାଳି ସେଇ ଭିନ୍ନବର୍ଗର ଶିଶୁଙ୍କ ମନରେ ଖୁସିକୁ ପ୍ରଜ୍ଜ୍ଵଳିତ କରିଥିଲେ | ଆଉ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଅଲୋଡା ଅଖୋଜା ନୁହନ୍ତି |

   ଆମେ କହୁଛୁ ବାଣୀବିହାର ଓ ରେଭେନ୍ସାର ସେଇ ଉଦଯୋଗୀ ଯୁବକ (ପୂର୍ବତନ ଛାତ୍ରଛାତ୍ରୀ ମାନେ)ମାନଙ୍କ କଥା |  ବାଣୀବିହାର ଏବଂ ରେଭେନସାର ଏହି  ପୂର୍ବତନ ଛାତ୍ରଛାତ୍ରୀମାନେ   ଆଲୋକ ଏବଂ ଉଲ୍ଲାସର ପର୍ବ ଦିପାବଳୀରେ ବାଣ ନଫୁଟାଇ ବରଂ ସେଇ ବାଣ ଫୁଟା ପଇସାରୁ କାଟି ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଦିପାବଳୀ ପାଳନ କରିଛନ୍ତି । ଏହି ଡାବୁଗାଁରେ ଥିବା ଶ୍ରୀଜଗନ୍ନାଥ ଅନ୍ଧ, ମୂକ ବଧିର ବିଦ୍ୟାଳୟର ପ୍ରାୟ  ୩୫ ଜଣ ପିଲାମାନଙ୍କୁ ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ଅନେକ ଉପକରଣ ପ୍ରଦାନ କରିଥିଲେ । ନିଜ ଭିତରେ ଆଦାୟ କରିଥିବା ଏହି ୩୫,୦୦୦ ଟଙ୍କାରେ ଏହି ପିଲାମାନଙ୍କୁ ଶାଲ, ଚପଲ, ଦରି, ବାଲଟି, ଟ୍ରେ ,ମଗ, ସାବୁନ, ଗ୍ଲାସ, ବିସ୍କୁଟ, ମିଠା, ଚୂଡା, ସୁଜି ପିଆଜ ଆଦି କିଣି କରି ପ୍ରଦାନ କରିଥିଲେ । ନବରଂଗପୁରରେ ଏହି କାର୍ଯ୍ୟକ୍ରମକୁ ୨୦୦୨ ବ୍ୟାଚରେ ପଢୁଥିବା ରମେଶ ପୃଷ୍ଟି ସଂଯୋଜନା କରିଥିବାବେଳେ ବିଭିନ୍ନ ସମୟରେ ଏହି ଦୁଇ ସର୍ବପୁରାତନ ଏବଂ ମହାନ ଶିକ୍ଷାନୁଷ୍ଠାନରୁ ପାଠ ପଢିଥିବା ଛାତ୍ରଛାତ୍ରୀମାନେ ଯଥା, ସୁଧାଂଶୁ ଶେଖର ବେହେରା, ମିତ୍ରଭାନୁ ଦାସ, ଦେବୀ ରାୟ, ସୁବ୍ରତ ଷଢଙ୍ଗୀ, ସତ୍ୟ ସୂତାର, ପ୍ରସନ୍ନ ମିଶ୍ର, ଗଣେଶ୍ୱର ପଣ୍ଡା, ମାନସ ସ୍ୱାଇଁ, ବିକାଶ,ପ୍ରିୟବ୍ରତ  ଦାସ, ପ୍ରଦ୍ୟୁମ୍ନ  ସାମଲ ଆଦି ସହଯୋଗ କରିଥିଲେ ।

ଗତବର୍ଷ ଏହି ଛାତ୍ରଛାତ୍ରୀମାନେ ପ୍ରାୟ  ୨୭,୦୦୦ ଟଙ୍କାର ଉପକରଣ ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟକୁ ପ୍ରଦାନ କରିଥିବା ବେଳେ ଏହି ପରି ଆଗାମୀ ପ୍ରତ୍ୟେକ ଦିପାବଳୀରେ ଏହି ପରି ଅନୁଷ୍ଠାନକୁ ସହାୟତା ଜାରୀ ରହିବ । ଏହି କାର୍ଯ୍ୟକ୍ରମ ସଂପର୍କରେ ସୁଧାଂଶୁ ବେହେରା ମତ ଦେଇ କୁହନ୍ତି ଯେ ଆମେ ସମସ୍ତେ ମିଳିତଭାବେ ଦିପାବଳୀ ପାଳନ କରିବାରେ ଅନ୍ୟମାନଙ୍କ ସହ ଠିଆ ହେବାର ଆବଶ୍ୟକତା ରହିଛି । ଆମ ସମାଜରେ ଏକ ବୃହତ ବର୍ଗ ଏବେ ବି ସମାଜରେ ମୌଳିକ ସୁବିଧାରୁ ବଂଚିତ ଥିଲାବେଳେ ସେମାନଙ୍କ ସହ ଠିଆହେବାର ଆବଶ୍ୟକତା ରହିଛିବୋଲି ଆମେ ସମସ୍ତେ ହୃଦୟଙ୍ଗମ କରିବା ଦରକାର । ଏହି ଅବସରରେ ଏହି କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ ଯୋଗାଇଦେଇ ସଫଳତାର ସହ ଶେଷକରିଥିବାରୁ ଏହି ଅଭିଯାନରେ ଭାଗ ନେଇଥିବା ବିଶ୍ୱବିଦ୍ୟାଳୟର ଅନ୍ୟତମ ଛାତ୍ର ରୁଦ୍ର ପ୍ରସନ୍ନ ରଥ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି      

0
0
0
s2sdefault