ହେଡଲାଇନସ୍:

ଆହାରକେନ୍ଦ୍ରରେ ଭୋଜନ କଲେ, ମାନ ଓ ପରିଚ୍ଛନ୍ନତା ଯାଞ୍ଚ କଲେ (ଭିଡିଓ ଦେଖନ୍ତୁ) 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଓ ଅଧିକାରୀ ମାନେ ଗସ୍ତ ସମୟରେ ସ୍କୁଲ, ଆହାର କେନ୍ଦ୍ର କିମ୍ବା ସରକାରଙ୍କର ଦ୍ୱାରା ପରିଚାଳିତ ଆଶ୍ରମ ଗୁଡିକରେ ଭୋଜନ କରିବେ । ଯାହାଫଳରେ କି ସେହି ସବୁ ସ୍ଥାନ ମାନଙ୍କରେ ଖାଦ୍ୟର ମାନ ଠିକ ରହିବ। ଆଜି ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ହଠାତ ମଧ୍ୟାହ୍ନରେ ବରଗଡ଼ ଆହାର କେନ୍ଦ୍ରରେ ପହଂଚି ଯାଇଥିଲେ | ସିଧା କାଉଣ୍ଟରକୁ ଯାଇ ତାକୁ ୫ଟଙ୍କା ବଢ଼ାଇ କୁପନ ମାଗିଥିଲେ | କାଉଣ୍ଟରରେ ଥିବା କର୍ମଚାରୀ ମନ୍ତ୍ରୀଙ୍କୁ ହଠାତ ଦେଖି ଟିକେ ଇତସ୍ତତଃ ହୋଇ ପଡ଼ିଥିଲେ ବି ନମସ୍କାର ଟିଏ ପକାଇ ପଇସା  ରଖି ତାଙ୍କୁ କୁପନଟିଏ ବଢ଼ାଇ ଦେଇଥିଲେ | ଥାଳି ଧରି ଆହାରକେନ୍ଦ୍ରର ପରିଚ୍ଛନ୍ନତା ଯାଞ୍ଚ କରିବା ସହ ଭୋଜନ କରିଥିଲେ | 

ଅବଶ୍ୟ ମନ୍ତ୍ରୀ ଗତ ପ୍ରାୟ ଦେଢ଼ ମାସ ପୂର୍ବରୁ ମଧ୍ୟ ଏକ ଆହାର କେନ୍ଦ୍ର ରେ ଭୋଜନ କରିବା ସହିତ ଆହାର ର ମାନ ବାବଦରେ ଭୋଜନ କରୁଥିବା ଲୋକଙ୍କୁ ପଚାରି ବୁଝିଥିଲେ । ଠିକ ସେହିପରି ଆଜି ମଧ୍ୟ ମନ୍ତ୍ରୀ ଶ୍ରୀ ସିଂ ଭୋଜନ କରିବା ସହିତ ଅନ୍ୟ ମାନଙ୍କୁ କେନ୍ଦ୍ରରେ ପରସା ଯାଉଥିବା ଖାଦ୍ୟର ମାନ ବାବଦରେ ଲୋକଙ୍କ ମତା ମତ ନେଇଥିଲେ ।

 

 

 

 

 

 

 

 

0
0
0
s2sdefault