ହେଡଲାଇନସ୍:

ଓଡ଼ିଶାରେ ‘ହାପିନେସ୍ ଫର୍ ହର୍’ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନେକ୍ସସ୍ ସିଲେକ୍ଟ ମଲ୍ସ ସହ ହାତ ମିଳାଇଲେ ପ୍ୟାଡ ୱୁମେନ୍ ଅଫ୍ ଇଣ୍ଡିଆ


ଭୁବନେଶ୍ୱର, ୨୬.୦୫.୨୦୨୬: ବାନାନା ଫାଇବର୍ ଅବଶୋଷକ ବ୍ୟବହାର କରି ବିଶ୍ୱର ପ୍ରଥମ ପୁନଃ ବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍ ନିର୍ମାଣ ପାଇଁ ବହୁଳ ଭାବରେ ଜଣାଶୁଣା “ଭାରତର ପ୍ୟାଡ୍ ୱୁମେନ୍” ଅଞ୍ଜୁ ବିଷ୍ଟ ଗତ ୨ ବର୍ଷ ଧରି ଓଡ଼ିଶାରେ ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ଆନେ୍ଦାଳନକୁ ଆଗେଇ ନେଉଛନ୍ତି । ଭାରତରେ ସବୁଠାରୁ କମ୍ ଆଲୋଚିତ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ- ଋତୁସ୍ରାବ ଜନିତ ସଚେତନତା ଏବଂ ସୁସ୍ଥ ଋତୁସ୍ରାବ ବିକଳ୍ପର ପ୍ରବେଶ-କୁ ନଜରରେ ରଖି ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ, ସ୍ଥ୍ରାୟୀ ନେତୃତ୍ୱ ଏବଂ ପରିବର୍ତ୍ତନକାରୀ ଯୁବପିଢୀମାନଙ୍କୁ ଏକତ୍ରିତ କରୁଛନ୍ତି ।
ସୌଖ୍ୟମ ଫାଉଣ୍ଡେସନ ସହଭାଗିତାରେ ଆରମ୍ଭ ହୋଇଥିବା ନେକ୍ସସ୍ ସିଲେକ୍ଟ ମଲ୍ସର ପ୍ରମୁଖ ସିଏସ୍ଆର ପଦକ୍ଷେପ ଭାବେ ‘ହାପିନେସ୍ ଫର୍ ହର୍’ ଏହି ପ୍ରୟାସରେ ସାମିଲ ହୋଇଛି । ଏହି ପ୍ରୟାସରେ ‘କ୍ୟାମ୍ପସ ଆକ୍ସନ ଫର୍ ରିୟୁଜେବୁଲ୍ ଏସେନ୍ସିଆଲ୍ସ’ , ଏକ ଯୁବ ନେତୃତ୍ୱାଧୀନ କ୍ୟାମ୍ପସ ଆନେ୍ଦାଳନ ଅନ୍ତର୍ଭୁକ୍ତ ଯାହା ସୁସ୍ଥ ଏବଂ ଅଧିକ ସ୍ଥାୟୀ ଋତୁସ୍ରାବ ଅଭ୍ୟାସକୁ ପ୍ରୋତ୍ସାହିତ କରେ ।
ଭୁବନେଶ୍ୱରସ୍ଥିତ ନେକ୍ସସ ଏସ୍ପ୍ଲାନେଡ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର, କିଟ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ସମେତ ଅନୁଷ୍ଠାନର ଛାତ୍ରୀ ଓ ପ୍ରାଧ୍ୟାପକମାନଙ୍କୁ ସେମାନଙ୍କ କ୍ୟାମ୍ପସରେ ସ୍ଥାୟୀ ଋତୁସ୍ରାବ ଅଭ୍ୟାସ ଏବଂ ସମକକ୍ଷଙ୍କ ନେତୃତ୍ୱରେ ଆଚରଣଗତ ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ ‘କେୟାର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏମ୍ସ ଭୁବନେଶ୍ୱର, ସି ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, କମଳା ନେହରୁ ମହିଳା ମହାବିଦ୍ୟାଳୟ ଏବଂ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀର ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ପ୍ରୟାସଗୁଡ଼ିକ ମିଳିତ ଭାବରେ ଗତ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ଯୁବତୀଙ୍କୁ ମାସିକ ଋତୁସ୍ରାବ ପାଇଁ ବ୍ୟବହୃତ ଦ୍ରବ୍ୟରୁ ଦୂରେଇ ଅଧିକ ସ୍ଥାୟୀ ବିକଳ୍ପ ଆଡକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଛି ।
ଏହି ଅବସରରେ ସ୍ୱାସ୍ଥ୍ୟ, ପରିବେଶ, ସକ୍ରିୟ ଜୀବନଯାପନ (ଐଋଇଖ) ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଋତୁସ୍ରାବ ଜନିତ ସୁସ୍ଥତା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ ଯୁବତୀ ଓ ମହିଳାମାନଙ୍କୁ ହେଉଥିବା ଯନ୍ତ୍ରଣା, ଅନିୟମିତ ତଥା ଅଧିକ ଋତୁସ୍ରାବ ପରି ସାଧାରଣତଃ ଅଣଦେଖା କରାଯାଉଥିବା ସମସ୍ୟାଗୁଡ଼ିକୁ ବୁଝି ଏହାର ସମାଧାନ କରିବାରେ ସାହାଯ୍ୟ କରିବା ଏହି ‘ହିଲ୍’ର ମୂଳ ଲକ୍ଷ୍ୟ । ଫଗ୍ସି , ଝେପିଏଗୋ, ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସଂଘ ଭଳି ସମ୍ମାନିତ ସଂଗଠନର ବୃତ୍ତିଗତ ଚିକିତ୍ସକ ଏବଂ ସ୍ୱେଚ୍ଛାସେବୀମାନେ ଏହି ଅବସରରେ ଯୋଗଦେଇ ଭାରତରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ଖୁସି ବ୍ୟକ୍ତି କରି କହିଥିଲେ ଯେ, ଆମ ସହରରେ ‘ହାପିନେସ୍ ଫର୍ ହର୍’, କେୟାର ଏବଂ ହିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଏକ ଗଭୀର ପ୍ରଭାବ ପକାଇ ପାରିଛି । ନେକ୍ସସ ସିଲେକ୍ଟ ମଲ୍ସ ର ସଷ୍ଟେନେବିଲିଟୀ ଏବଂ ସିଏସ୍ଆର ବିଭାଗର ସାଧାରଣ ବ୍ୟବସ୍ଥାପକ ହର୍ଷା ଭରଦା ଯୋଗଦେଇ ଏହି ପଦକ୍ଷେପ ଅନ୍ତର୍ଗତ ଭବିଷ୍ୟତ ଯୋଜନାଗୁଡ଼ିକ ବିଷୟରେ କହିଥିଲେ । ‘ନେକ୍ସସ୍ ସିଲେକ୍ଟ ମଲ୍ସ ଏବଂ ସୌଖ୍ୟମ ଫାଉଣ୍ଡେସନ ମେ ୨୮ ତାରିଖ ଋତୁସ୍ରାବ ସ୍ୱଚ୍ଛତା ଦିବସରେ ଏମ୍ସ ଭୁବନେଶ୍ୱର ଏବଂ କିଟ୍ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ଗବେଷଣା ଅଧ୍ୟୟନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଧ୍ୟୟନ ମାଧ୍ୟମରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଋତୁସ୍ରାବ ଜନିତ ସମସ୍ୟା ଏବଂ ବିଭିନ୍ନ ଋତୁସ୍ରାବ ଉତ୍ପାଦର ଦୀର୍ଘକାଳୀନ ପ୍ରଭାବ ବିଷୟରେ ଅଧିକ ତଥ୍ୟ ମିଳିବ ।
ସୌଖ୍ୟମ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଥିଲେ ଯେ, ଓଡ଼ିଶାରେ ‘ହାପିନେସ୍ ଫର୍ ହର୍’ ସଚେତନତା, ସୁଲଭତା ଓ ସ୍ଥାୟୀତ୍ୱକୁ ଏକତ୍ର କରି ପିରିଅଡ୍ ପଭର୍ଟି ଏବଂ ଋତୁସ୍ରାବ ସୁସ୍ଥତାକୁ ବ୍ୟାପକ ପରିମାଣରେ ସମାଧାନ କରୁଛି । ପୁନଃବ୍ୟବହାର ଯୋଗ୍ୟ ବିକଳ୍ପକୁ ସାଧାରଣ ପ୍ରଚଳନରେ ଆଣିବା ଏବଂ ବ୍ୟବହୃତ ବିକଳ୍ପକୁ ଏକ କୁ-ଧାରଣା ଭାବେ ପରିଚିତ କରାଇବା ପର୍ଯ୍ୟନ୍ତ ଆମର କାର୍ଯ୍ୟ ଜାରି ରହିବ ବୋଲି ସେ କହିଥିଲେ । ଏହି ଅଭିଯାନକୁ ବୃହତ୍ତ ଆକାରରେ ସମର୍ଥନ କରିଥିବାକୁ ସେ ଓଡ଼ିଶାକୁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault