ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ ସହରର ମୁରବୀ ସ୍ଥାନିୟ ବ୍ୟକ୍ତି ଶେଖର ରଥଙ୍କର (୯୩) ବର୍ଷ ବୟସରେ ସ୍ଥାନିୟ ନୁଆରାଜବାଟି ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ସୋମବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇ ଯାଇଛି|ଜଣେ ଧର୍ମ ପରାୟଣ, ଉଦାର ଚେତା ମଣିଷ ଭାବେ ସମଗ୍ର ନୟଗଡରେ ତାଙ୍କର ସୁନାମ ଥିଲା । ତାଙ୍କ ପରଲୋକରେ ସହରରେ ଶୋକର ଛାଇ ଖେଳିଯାଇଛି। ନୟାଗଡ ଏନ.ଏ.ସିରେ ବହୁ ଦିନ ଧରି ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସାଧୁତାର ସହ କାର୍ଯ୍ୟ କରି ସହର ବସୀଙ୍କ ବେଶ୍ ପ୍ରିୟ ଭାଜନ ହୋଇ ପାରିଥିଲେ|ମୃତ୍ୟୁ ଶଯ୍ୟା ନିକଟରେ ୬ ପୁଅ ୭ ବୋହୂଙ୍କ ସମେତ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିବାବେଳେ ତାଙ୍କର ମଧ୍ୟମ ପୁତ୍ର ଜିଲ୍ଲା ଶିକ୍ଷା କାର୍ଯ୍ୟଳୟର ଅବସରପ୍ରାପ୍ତ ବରିଷ୍ଠ ସହାୟକ କୈଳାଶ ରଥ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପର୍ଣ୍ଣ ହୋଇଛି।ଏଠାରେ ସୁଚନାଯୋଗ୍ୟ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ହେଇଛନ୍ତି ସ୍ବର୍ଗତ ରଥଙ୍କ କନିଷ୍ଠ ପୁତ୍ର ଅଟନ୍ତି।
ରାଜ୍ୟ
ସାମ୍ବାଦିକଙ୍କ ପିତୃ ବିୟୋଗ
- Hits: 132







