ହେଡଲାଇନସ୍:

ସର୍ବ ଭାରତୀୟ ୫୫୦ କିସାନ (କୁଣହାଁ) ସମାଜର ବାର୍ଷିକ ମହାସଭା; ସାଂସ୍କୃତିକ ମହୋତ୍ସବ ଓ ମହିଳା ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା, (ଅଜୟ କୁମାର ବାଘ) : ଓଡ଼ିଶା ରାଜ୍ୟ ୫୫୦ କିସାନ (କୁଣହାଁ) ସମାଜ ପକ୍ଷରୁ ମହାସଭା, ସାଂସ୍କୃତିକ ମହୋତ୍ସବ ଓ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭାରେ ସାମାଜିକ ଏକତା, ଶୃଙ୍ଖଳା ଓ ସଂଗଠନକୁ ଏକ ମଜବୁତ୍ କରିବା ଦିଗରେ ଦୃଢ଼ ପଦେକ୍ଷପ ନେଇ ରାଜ୍ୟ କିସାନ (କୁଣହାଁ) ସମାଜର ବାର୍ଷିକ ସଭା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଖେଳପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେବଗଡ଼ ଓ ଅନ୍ୟ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହମୟ ଉପସ୍ଥିତିରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ୫୫୦ କିସାନ (କୁଣହାଁ) ସମାଜର (କିସାନ, ମିର୍ଦ୍ଧା, କୁଡ଼ା, ମାଟିଆ) ସଭାପତି ଶ୍ରୀଯୁକ୍ତ ମୋହନଲାଲ କିସାନ, ଶ୍ରୀଯୁକ୍ତ ରବିନାରାୟଣ ନାଏକ କୁଚିଣ୍ଡା ବିଧାୟକ ତଥା ପଞ୍ଚାୟତି ରାଜ ମନ୍ତ୍ରୀ, ଶ୍ରୀଯୁକ୍ତ ଭବାନୀଶଙ୍କର ଭୋଇ ଉପ-ବାଚସ୍ପତି (ଓଡ଼ିଶା) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ । ରାଜ୍ୟ ସଭାପତି ଶ୍ରୀଯୁକ୍ତ ମୋହନଲାଲ କିସାନ ସଭାପତିତ୍ୱ କରି ସମାଜର ବହି ୨୦୨୬ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ, ସଂଗଠନର ନିତୀ ନିୟମ ଓ ଆଦର୍ଶ ହିଁ ସମାଜର ମୂଳ ଶକ୍ତି ଏବଂ ଯେଉଁମାନେ ଏଥିରୁ ବିଚ୍ଛିନ୍ନ ହୋଇଛନ୍ତି । ସେମାନେ ପୁନଃ ସମାଜର ମୁଖ୍ୟ ସ୍ରୋତରେ ଯୋଗଦେବା ଆବଶ୍ୟକ ବୋଲି ଶ୍ରୀ ମୋହନଲାଲ କିସାନ କହିଥିଲେ । ଏହି ସଭାରେ ସମସ୍ତ ଜିଲ୍ଲା ଓ ବ୍ଲକର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ । ପରେ ୫୫୦ କିସାନ (କୁଣହାଁ) ସମାଜର ପାରମ୍ପପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ , ଗୀତ ପରିବେଷଣ କରାଯାଇଥିଲା । ନାଚଗୀତରେ କମ୍ପି ଉଠିଥିଲା ଖେଳ ପଡ଼ିଆ ଓ ଆମ୍ବ ତୁଠ ଶେଷରେ ମଞ୍ଚ ପରିଚାଳକ ଶ୍ରୀ ଜଗନ୍ନାଥ ଲାକଡ଼ା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାକୁ ସମାପ୍ତ କରିଥିଲେ ।

0
0
0
s2sdefault