ହେଡଲାଇନସ୍:

ଯୁବକର ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୁଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଅରବିନ୍ଦ ଦାସ )- ବାରିପଦା ପୌରପରିଷଦର ୱାଡର଼୍ ନଂ ୧୪ସ୍ଥିତ ହରିଜନସାହିରେ ବସବାସ କରୁଥିବା ସୁରେନ୍ଦ୍ର ବେହେରାଙ୍କ ଘରେ ତାଙ୍କର ପୁଅ କମଳ ଲୋଚନ ବେହେରାଙ୍କ ଝୁଲନ୍ତା ଶବକୁ ଆଜି ବାରିପଦା ଟାଉନ ଥାନା ପୁଲିସ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଛି । ଏଥି ସହିତ ଉକ୍ତ ଘଟଣାକୁ ନେଇ ଥାନାରେ ୧୫୫/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯୁବକର ମୃତ୍ୟୁର କାରଣ ଖୋଜୁଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ସୁରେନ୍ଦ୍ର ବେହେରାଙ୍କ ତିନି ପୁତ୍ର ମଧ୍ୟରୁ ମୃତ କମଳ ଲୋଚନ ବେହେରା ଦ୍ୱିତୀୟ ସନ୍ତାନ ଥିଲେ ।  ଆଜି ପ୍ରାତଃ ସମୟରେ ଘର ଲୋକେ ବିଛଣା ଛାଡ଼ିବା ପରେ ଘର ଭିତରେ କମଳ ଲୋଚନଙ୍କ ଝୁଲନ୍ତା ଶବକୁ ଦେଖିବାକୁ ପାଇଥିଲେ । ଖବରପାଇ ବାରିପଦା ଟାନ ଥାନା ପୁଲିସ ପହଁଞ୍ଚି ଶବକୁ ତଳକୁ ଉହ୍ଲାଇ ଥିବାର ଜଣାପଡ଼ିଛି । ପ୍ରକାଶ ଥାଉକି, କମଳଙ୍କର ୧୨ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ୧୦ ବର୍ଷର ଏକ ପୁତ୍ର ରହିଛନ୍ତି । କମଳ ବେକାର ରହିଥିବାରୁ ଘରେ ନିଜର ସ୍ତ୍ରୀ ଓ ପୁଅର ଦୈନନ୍ଦିନର ଖର୍ଚ୍ଚ ଉଠାଇବାରେ ଅକ୍ଷମ ରହିଥିଲେ । ଏଥି ସହିତ ନିଜର ପକେଟ ଖର୍ଚ୍ଚ ମଧ୍ୟ ରହିଥିଲା । ତେଣୁ ଅଭାବ ଅନଟନ ମଧ୍ୟରେ ରହିବା ଫଳରେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ତେବେ ଏହା ଆତ୍ମହତ୍ୟା ନା ଅନ୍ୟ କିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ବାରିପଦା ଟାଉନ ଥାନା ଏସଆଇ ବି ଏନ ବେହେରା ମତ ପ୍ରକାଶ କରିଛନ୍ତି । 

 

0
0
0
s2sdefault