ହେଡଲାଇନସ୍:

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ 'ବିକାଶ ମେଳା'କୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ଜଗତସିଂହପୁର ଜିଲ୍ଲାରେ ୧ ଲକ୍ଷ ୧ ହଜାର ୬୧୩ ଜଣଙ୍କ ଆକାଉଣ୍ଟଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି

  • • ମିଶନ ଶକ୍ତି ମା' ମାନଙ୍କ ପାଇଁ ମିଶନ ଶକ୍ତିର ଅଡିଟୋରିୟମ ଲୋକାର୍ପିତ ହେବା ସହ ୧୫୫୨୭୬ ଏକ ହେଲ୍ପ ଲାଇନ ମିଶନ ଶକ୍ତିର ଭଉଣୀମାନଙ୍କ ପାଇଁ ଜାରି ହୋଇଛି

  • • ଜଗତସିଂହପୁର ୧୯୯୯ର ବିଭୀଷିକାକୁ ଅତିକ୍ରମ କରି ଆଜି ତାର ସ୍ଥିତି ବଜାୟ ରଖିଛି

  • • ଡ଼ିଶାର ଅର୍ଥନୀତି ବୃଦ୍ଧି ପାଇବା ସହ ଓଡିଶା ବିକାଶର ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ

ଭୁବନେଶ୍ୱର, ୨୧/୦୯/୨୦୨୪: ଆଜି ରାଜ୍ୟ ସରକାରଙ୍କର ୧୦୦ ଦିନର ସଫଳତା ଯାତ୍ରାକୁ ଜନାଭିମୁଖୀ କରାଇବା ପାଇଁ ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରରେ ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

ଜଗସିଂହପୁର ଜିଲ୍ଲାରେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ଏବଂ ସେଥି ମଧ୍ୟରୁ ଆମ ସରକାର ୧ ଲକ୍ଷ ୧ ହଜାର ୬୧୩ ଜଣଙ୍କ ଆକାଉଣ୍ଟଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି । ଆହୁରି ଅନେକ ବାଟ ଚାଲିବାର ଅଛି, ଘରେ ଘରେ ସୁଭଦ୍ରା ଯୋଜନାକୁ ପହଞ୍ଚାଇବା ସହ ମହିଳାଙ୍କୁ ଆତ୍ମ ନିର୍ଭର କରିବାର ଅଛି | ମହିଳାଙ୍କ ନେତୃତ୍ୱରେ ଓଡିଶାକୁ ବିକଶିତ ଓଡିଶା ରୂପେ ପରିଣତ କରିବାର ଅଛି । ମୁଁ ନୂଆ ନୂଆ ମିଶନ ଶକ୍ତିର ମନ୍ତ୍ରୀ ହେବା ସମୟରେ ଲୋକେ ଭାବୁଥିଲେ ମିଶନ ଶକ୍ତି ବନ୍ଦ ହୋଇଯିବ ଏବେ ମହିଳାମାନେ କହୁଛନ୍ତି ଆପଣ ଆମ କଥା ବୁଝିବେ । ଯାହାର ଅର୍ଥ ଲୋକଙ୍କ ଭରସା ଆମ ସରକାର ଉପରେ ଅଛି ଏବଂ ମନ୍ତ୍ରୀଙ୍କୁ କହିଲେ ବିଚାର ନିଶ୍ଚୟ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

୧୦୦ ଦିନ ଭିତରେ କହିଥିଲୁ ସୁଭଦ୍ରା ଦେବୁ ଦେଲୁ, ଶ୍ରୀମନ୍ଦିର ୪ ଦ୍ୱାର, ରତ୍ନ ଭଣ୍ଡାର ଖୋଲିଲା, ଓଡ଼ିଆ ଭାଷାର ବିକାଶ ପାଇଁ ୨୦୦ କୋଟିର କର୍ପସ ଫଣ୍ଡ ହୋଇଛି । ଏହି ମାଟି ହେଉଛି ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସଙ୍କ ମାଟି । ଅସ୍ମିତା ନାଁରେ ଆସିଥିବା ସରକାର କେବଳ ଆପଣଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି । ଗାଁରେ ଯେଉଁ ଗରିବ ଲୋକଟିଏ ସ୍ୱପ୍ନ ଦେଖୁଛି ମୋ ଗାଁର ବିକାଶ ହେବା ଦରକାର । ଯେଉଁ ମା'ଟିଏ ଭାବୁଛି ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମୋ ଗାଁ'ର ବିକାଶ ହେବା ଦରକାର ବିଜେପି ସରକାର ସେହି ପ୍ରତିଶୃତି ଆପଣଙ୍କର ପୂରଣ କରିବା । ଆମ ଉପରେ ଭରସା ରଖନ୍ତୁ ଆମ ଉପରେ ବିଶ୍ୱାସ ରଖନ୍ତୁ, ଯାହା ଆମେ କହିଛୁ, ଯାହା ମୋଦୀଜି ଙ୍କର ଗ୍ୟାରେଣ୍ଟି ଥିଲା, ଯାହା ଆମ ସଂକଳ୍ପପତ୍ରର ପ୍ରତିଶୃତି ଥିଲା ତାହା ଗୋଟି ଗୋଟି କରି ପୂରଣ କରିବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

୨୪ ବର୍ଷପରେ ଶାସକ ଦଳ ବଦଳିଛି ଏବଂ ଆପଣମାନେ ଭାରତୀୟ ଜନତା ପାର୍ଟି ଉପରେ ଭରସା କରିଛନ୍ତି । ଯଦି ଏପରି ଭରସାରେ, ଏହି ଡବଲ ଇଞ୍ଜିନ ସରକାରରେ ବିକାଶ ନହେବ ତ ବିକାଶ କେବେ ହେବ ! ଏଠି ଯୁବକଙ୍କ ବିକାଶ ହେବ । ଜଗତସିଂହପୁର ଲୋକସଭା କ୍ଷେତ୍ରରୁ ଦୁଇ ଦୁଇ ଜଣ ମନ୍ତ୍ରୀ ଅଛନ୍ତି । ଆମ ପାଖରେ ଶିଳ୍ପ ଅଛି, ଦକ୍ଷତାବିକାଶ ଅଛି, ମିଶନ ଶକ୍ତି ଅଛି, ପର୍ଯ୍ୟଟନ ମଧ୍ୟ ଅଛି । କୌଣସି ସ୍ୱୟଂ ସହାୟକ ଗୋଷ୍ଠୀ ବନ୍ଦ ହେବ ନାହିଁ । ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ଲକ୍ଷପତି ଦିଦି କରିବା ମୋଦିଜୀଙ୍କ ଲକ୍ଷ୍ୟ । ୨୭ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରୁ ଯଦି ଜଗତସିଂହପୁର ଜିଲ୍ଲାରେ ୧ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀର ଭଉଣୀ ମାନେ ଲକ୍ଷପତି ହେବେ ତେବେ ତାହା ଆମର ସୌଭାଗ୍ୟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗାଁଗଣ୍ଡାରେ ଏବେ ପୋଷଣ ମାସ ଚାଲିଛି । ଗତକାଲି ଭୁବନେଶ୍ୱରଠାରେ ମିଶନ ଶକ୍ତି ମା' ମାନଙ୍କ ପାଇଁ ମିଶନ ଶକ୍ତିର ଅଡିଟୋରିୟମ ଲୋକାର୍ପିତ ହେବା ସହ ୧୫୫୨୭୬ ଏକ ହେଲ୍ପ ଲାଇନ ମିଶନ ଶକ୍ତିର ଭଉଣୀମାନଙ୍କ ପାଇଁ ଜାରି ହୋଇଛି | ୧୯ଟି ବିଭାଗ ସହ କାମ କରୁଥିବା ମିଶନ ଶକ୍ତିର ଭଉଣୀମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ କଲ ସେଣ୍ଟରକୁ ଫୋନ କରିବେ ଏବଂ ତ୍ୱରିତ ବେଗରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ମୋତେ ଯେତବେଳେ ପ୍ରଶ୍ନ କରାଯାଇଥିଲା ମିଶନ ଶକ୍ତି କ'ଣ ରହିବ ? ମୁଁ ସେତବେଳେ କହିଥିଲି ମିଶନ ଶକ୍ତି ଆଗରୁ ଚାଲୁଥିଲା ଏବେ ଦୌଡିବ। ମିଶନ ଶକ୍ତିକୁ ସମ୍ପୂର୍ଣ୍ଣ କରୁଥିବା ଏମ୍ବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ସଭିଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀର ମା'ମାନଙ୍କ ପାଖରେ କାମ କରିବା ପାଇଁ ଇଛାଶକ୍ତି ଅଛି ଆଉ ସରକାର କେବଳ ଆପଣଙ୍କୁ ପ୍ରୋତ୍ସାହନ ଦେବେ | ଆପଣଙ୍କ ସହଯୋଗରେ ଆମ ସରକାର ବିକଶିତ ଓଡ଼ିଶା ଗଠନରେ ସ୍ବପ୍ନକୁ ପୁରା କରିପାରିବ ।

ମୁଁ ଜଗତସିଂହପୁରକୁ ୧୯୯୯ ମହାବାତ୍ୟା ସମୟରେ ଦେଖିଛି । ଜଗତସିଂହପୁର ସବୁ ହରାଇ ସାରିଥିବା ବେଳେ ପୁଣି ଉଠି ଠିଆ ହୋଇଛି । ଏହି ମାଟି ହେଉଛି ସଂଘର୍ଷର ମାଟି ଯିଏ ୧୯୯୯ର ବିଭୀଷିକାକୁ ଅତିକ୍ରମ କରି ଆଜି ତାର ସ୍ଥିତି ବଜାୟ ରଖିଛି। ଆମର ଅନେକ ଆଶା ଏବଂ ଆକାଂକ୍ଷା ଅଛି | ଶିକ୍ଷା,ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ପର୍ଯ୍ୟଟନରେ ଜିଲ୍ଲା ଆଗକୁ ବଢିବ | ପାରାଦ୍ବୀପ ବନ୍ଦରରେ ଆହୁରି ଅଧିକ କାରବାର ହେବ । ଓଡ଼ିଶାର ଅର୍ଥନୀତି ବୃଦ୍ଧି ପାଇବା ସହ ଓଡିଶା ବିକାଶର ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ହିତାଧିକାରୀ ମିତାରାଣୀ ବେହେରା, ସୁଶ୍ରୀ ସଙ୍ଗୀତା ନାୟକ , ଲକ୍ଷ୍ମୀକାନ୍ତି ବେହେରା, ହଜମୁନ ବିବିଙ୍କୁ ପ୍ରତୀକାତ୍ମକ ଚେକ ପ୍ରଦାନ କରିଥିଲେ । ସିଏମ କିଷାନ ଯୋଜନାରେ କ୍ଷୁଦ୍ରଚାଷୀ ନଳିନୀ ପ୍ରଭା ସାହୁ, ଭୂମିହୀନ କୃଷି ଶ୍ରମିକ ଶୈଳବାଳା ସାହୁଙ୍କୁ ପ୍ରତୀକାତ୍ମକ ଚେକ ପ୍ରଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମତ୍ସ୍ୟଯିଵୀ କଲ୍ୟାଣ ଯୋଜନାରେ ସ୍ମୃତି ରଞ୍ଜନ ବେହେରା ଏବଂ ଧରିତ୍ରୀ ପରେଇ, ସୋନାଲି ବେହେରାଙ୍କୁ
ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତୀକାତ୍ମକ ଚେକ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୂପ୍ରସାଦ ତରାଇ, ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ବାଲିକୁଦା ଏରସମା ବିଜେପି ବିଧାୟକ ପାର୍ଥ ସତ୍ୟସାରଥି ମହାନ୍ତି, ତିର୍ତ୍ତୋଲ ବିଜେପି ବିଧାୟକ ପାର୍ଥ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।।

0
0
0
s2sdefault