ହେଡଲାଇନସ୍:

ବାଫିଲମାଳି ବକ୍ସାଇଟ ଖଣିକୁ ଏଫଆଇଏମ୍‌ଆଇର ମିଶ୍ରିଲାଲ ଜୈନ ସମ୍ମାନଜନକ ପରିବେଶ ପୁରସ୍କାର ୨୦୨୩-୨୪

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ - ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣକୁ ଫେଡେରେସନ ଅଫ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ (ଏଫଆଇଏମଆଇ) ଦ୍ୱାରା ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ମିଶ୍ରିଲାଲ ଜୈନ ପରିବେଶ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଏହି ସମ୍ମାନଜନକ ପୁରସ୍କାର ଶ୍ରୀ ଭି.ଏଲ.କାନ୍ତା ରାଓ, ଆଇଏଏସ୍‌, ସେକ୍ରେଟାରୀ, ଭାରତ ସରକାର, ଖଣି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଏହି ପୁରସ୍କାର ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ସମ୍ବେଦୀ ଖଣି କାର୍ଯ୍ୟାଭ୍ୟାସ ପ୍ରତି ବାଫିଲମାଳି ଟିମ୍‌ର ଏକନିଷ୍ଠ ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି । ପରିବେଶଗତ ପ୍ରଭାବକୁ ସର୍ବନିମ୍ନ ସ୍ତରକୁ ଆଣିବା ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସକାଶେ ବ୍ୟାପକ ଉଦ୍ୟମ ଏହି ଶିଳ୍ପରେ ଏକ ମାନକ ସ୍ଥାପନ କରିଛି ।
“ଏହି ସମ୍ମାନ ହାସଲ କରି ଆମେ ଗୌରବାନ୍ୱିତ ମନେକରୁଛୁ, ଯାହା ପରିବେଶ ସଂରକ୍ଷଣ ଏବଂ ସେହି ସମୟରେ ବକ୍ସାଇଟର ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଆମର ଉତ୍ସର୍ଗୀକୃତ ଭାବକୁ ପ୍ରତିଫଳିତ କରୁଛି । ଏହି ପୁରସ୍କାର ଶ୍ରେୟ ସମୁଦାୟ ଟିମ୍‌ର ଯେଉଁମାନଙ୍କର କଠିନ ପରିଶ୍ରମ ଏବଂ ଆଗ୍ରହ ଆମର ଦୀର୍ଘସ୍ଥାୟୀ ପ୍ରୟାସଗୁଡିକୁ ଆଗେଇ ନେଉଛି,” ବୋଲି ଶ୍ରୀ ରବି ମିଶ୍ର, ୟୁନିଟ ହେଡ୍‌, ଉତ୍କଳ ଆଲୁମିନା କହିଛନ୍ତି ।
ବାଫିଲମାଳି ବକ୍ସାଇଟ ଖଣିହ ଦୀର୍ଘସ୍ଥାୟୀ ଖଣିକାର୍ଯ୍ୟରେ ଉତ୍କର୍ଷ ନିମନ୍ତେ ନିରନ୍ତର ପ୍ରୟାସ କରୁଛି, ଯାହା ଏକ ସବୁଜ ଭବିଷ୍ୟତ ଦିଗରେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତାକୁ ପୁନଃସୁଦୃଢ କରୁଛି ।

0
0
0
s2sdefault