ହେଡଲାଇନସ୍:

ଡ଼ଙ୍ଗାଘାଟ ରେ ଦଶମ ବ୍ଲକ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର :- ସ୍ଥାନୀୟ ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଦାଶ ଅତିଥି ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ। ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଆଦରର ସହ ପାଛୋଟି ନେଇ ଥିଲେ, ସଭାରେ ରବିଶଙ୍କର ପଧାନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଙ୍କ କର କାମଳରେ ବାଗ୍ଦେବୀ ସରସ୍ବତୀ ଓ ବିଘ୍ନରାଜ ଗଣେଶ ଙ୍କୁ ପୂଜା କରି କାର୍ଯ୍ୟକ୍ରମ ର କାର୍ଯ୍ୟସୂଚୀ ସମ୍ୱନ୍ଧରେ ଆଲୋକପାତ କରିଥିଲେ, ଦୁଇ ସାଧନ କର୍ମୀ ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ରାଜେଶ କୁମାର ଖମାରି ଯଥାକ୍ରମେ ବିଦ୍ୟାଳୟ ରେ ବିଜ୍ଞାନ ତଥା ଖେଳ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ କୁ କିପରି ସୁଚାରୁ ଭାବେ ତୁଲାଇ ହେବ ସେ ବିଷୟ ରେ ଆଲୋକପାତ କରିଥିଲେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସମସ୍ତ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଶ୍ରେଣୀ କଷ୍ୟ କୁ ଯାଇ ଉତ୍ସାହିତ କରି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ, ଲାଇବ୍ରେରୀ ଓ ବିଜ୍ଞନାଗାର ପ୍ରଦର୍ଶନ କରିଥିଲେ. ମଧ୍ୟାହ୍ନ ଭୋଜନ ପରେ ଅନ୍ୟାନ୍ୟ ବିଷୟ ଆଲୋଚନା କରିଥିଲେ। ଶେଷରେ ଜମଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜିତ୍ରେନ୍ଦୀୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault