ହେଡଲାଇନସ୍:

ଗୋବିନ୍ଦପୁର ପଞ୍ଚାୟତରେ ସମ୍ପୁର୍ଣ୍ଣ ଭାବେ ମଦ ବନ୍ଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲା ମୋହନା ବ୍ଲକ  ଗୋବିନ୍ଦପୁର ପଞ୍ଚାୟତରେ ଚାଲିଥିବା ମଦ କାରବାର ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଶନିବାର ଦିନ ସମ୍ପୃକ୍ତ ପଞ୍ଚାୟତ ବାସୀଙ୍କ ସମେତ ସରପଞ୍ଚ , ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ମାନେ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ।

    ପଞ୍ଚାୟତ ବାସୀ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ,ଗତ ୯/୧୦/୧୯ ତାରିଖରେ ଗୋବିନ୍ଦପୁର ପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମର ସମସ୍ତ ମହିଳା ମଣ୍ଡଳ ଗ୍ରୁପ ସମେତ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମର ମଧ୍ୟ କିଛି ମହିଳା ମଣ୍ଡଳ ଏଥିରେ ଅଂଶଗ୍ରହଣ କରି ମଦ ବନ୍ଦ କରିବା ଉଦ୍ଦେଶ୍ୟରେ ଏକ ବୈଠକ ବସିଥିଲା । 

   ଉକ୍ତ ବୈଠକରେ ବହୁ ଆଲୋଚନା ଓ ସମାଲୋଚନା ପରେ ଶେଷ ନିଷ୍ପତ୍ତି ପ୍ରକାରେ ଅବଗତ ହେଲୁ ଯେ , ମହିଳା ମାନଙ୍କ ସଶକ୍ତିକରଣ ପାଈଁ ସରକାର ଯେତେ ପ୍ରଚେଷ୍ଟା କାଲେ ମଧ୍ୟ ଆମ ପଞ୍ଚାୟତର ମହିଳା ମାନେ କୌଣସି କ୍ଷେତ୍ରରେ ହେଲେ ମଧ୍ୟ ସ୍ବାବଲମ୍ବି ହୋଇ ପାରିଲୁ ନାହିଁ ।, କାରଣ ମହିଳା ମାନେ ଯେତେ ଚେଷ୍ଟା କଲେ ମଧ୍ୟ ପୁରୁଷ ଲୋକମାନେ ନିତି ମଦ ପିଇ ବିଭିନ୍ନ ପ୍ରକାର ଅସାଧୁ କାର୍ଯ୍ୟରେ ଲିପ୍ତ ରହୁଥିବା ଯୋଗୁଁ ସେ ସବୁର ପରିଣାମ ଶେଷରେ ମହିଳା ମାନଙ୍କୁ ହିଁ ଭୋଗିବାକୁ ପଡୁଛି । ଏଣୁ

ସରକାର ମହିଳା ମାନଙ୍କୁ ଯେତେ ସ୍ବାବଲମ୍ବୀ କରିବା ପାଈଁ ଚେଷ୍ଟା କଲେ ମଧ୍ୟ ଆମେ ତାର ସୁଫଳ ଭୋଗ କରିପାରୁନୁ।

   ଏହି ଦୃଷ୍ଟିରୁ ମଦ ହିଁ ଏ ଅଞ୍ଚଳରେ ଲୋକଙ୍କ ଗରିବ, ଦାରିଦ୍ର୍ୟତା ଆଡକୁ ଠେଲି ଦେବା ସହ ଘରୋଇ ଅଶାନ୍ତି ଓ ହିଂସାର ମୂଳ କାରଣ ବୋଲି ଭାବି ଏହି ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରେ  ମଦ ଓ ମଦ-କାରବାର ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆଜିର ବୈଠକରେ ସର୍ବ-ସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲୁ । ନିଷ୍ପତ୍ତି ନେବା ପରେ ସେଦିନ  କୁହା ଯାଇଥିଲା ଯେ ଆସନ୍ତା ବୁଧୁବାର ୧୬/୧୦/୨୦୧୯ ତାରିଖ ଦିନ ପରେ ଆମ ଗ୍ରାମରେ ଆଉ କୌଣସି ଲୋକ ମଦ ପିଈବେ ନାହି କି ମଦ ବିକ୍ରି କରିବେ ନାହିଁ ।

   ଏଣୁ ଏହି ନିଶା ନିବାରଣ ଅଭିଯାନରେ ଆପଣ ଆମକୁ ସମ୍ପୁର୍ଣ୍ଣ ଭାବେ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜଣାଇଥିଲୁ ବୋଲି କହିବା ସହ ସରକାରଙ୍କ ପକ୍ଷରୁ ଗୋବିନ୍ଦପୁରରେ ଖୋଲା ଯାଇଥିବା ଦେଶୀ ମଦ ଦୋକାନକୁ ମଧ୍ୟ ଉଚ୍ଛେଦ କରିବା ପାଇଁ ଦାବୀ କରିଥିବା କହିଥିଲେ ।

    ଏହି ଦ୍ବାରସ୍ଥ ବେଳେ  ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ଲାବନ୍ୟ ମଲ୍ଲିକ , ସମିତିସଭ୍ୟ ବାଳକୃଷ୍ଣ ପ୍ରଧାନ , ୱାର୍ଡ-ସଭ୍ୟ ସନ୍ତୋଷ କୁମାର ନାୟକ , ୱାର୍ଡ-ସଭ୍ୟ କିଶୋର ଚନ୍ଦ୍ର ନାୟକଙ୍କ ସମେତ ପଞ୍ଚାୟତ ଅଞ୍ଚଳର ମୁଖିଆ ଲୋକ , ମହିଳା ମଣ୍ଡଳୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

0
0
0
s2sdefault