୪୩୪ ଜନଗଣନାକାରି ଏବଂ ୫୫ ଜଣ ପର୍ଯ୍ୟବେକ୍ଷକ ତାଲିମ ଗ୍ରହଣ କରିବେ

ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ/ବ୍ଳକ ଏବଂ ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ୨୦୨୭ ବର୍ଷ ନିମନ୍ତେ ଜନଗଣନା ପାଇଁ ୨୮/୦୩/୨୦୨୬ ଠାରୁ ୩୦/୦୩/୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ଶନିବାର ସ୍ଥାନୀୟ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଠାରେ ଶୁଭାରମ୍ଭ ହୋଇଛି। ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଓଡ଼ଗାଁ ତହସିଲ/ବ୍ଳକ ଅଧିନସ୍ଥ ସମସ୍ତ ଚାର୍ଜ ଅଫିସରଙ୍କ ତତ୍ବାବଧାନରେ ୩ ଶହ ୮୫ଜଣ ଜନଗଣନାକାରି ଓ ୪୯ ଜଣ ପର୍ଯ୍ୟବେକ୍ଷକ ତାଲିମ ନେବେ। ସେହିପରି ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପାଇଁ ଚାର୍ଜ ଅଫିସର ନିହାର ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ୪୯ ଜଣ ଜନଗଣନାକାରି ଓ ୦୬ ଜଣ ପର୍ଯ୍ୟବେକ୍ଷକ ପାଇଁ ତାଲିମ ଗ୍ରହଣ କରିବେ। ଏହି ସମସ୍ତ ଜନଗଣନାକାରି (ଏନୁମୁରେଟର) ଓ ପର୍ଯ୍ୟବେକ୍ଷକ(ସୁପରଭାଇଜର)ଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ୧୬ ଜଣ କ୍ଷେତ୍ରିୟ ପ୍ରଶିକ୍ଷକ ନିୟୋଜିତ ଅଛନ୍ତି।








