ଓଡ଼ଗାଁ ବାର ଆସୋସିଏସନ ନୂତନ କର୍ମକର୍ତ୍ତା ନିର୍ବାଚିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁଶାନ୍ତ ମିଶ୍ର ସଭାପତି ଏବଂ ଚିରଞ୍ଜିବୀ ଦାଶ ସମ୍ପାଦକ

ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାର ଆସୋସିଏସନ ୨୦୨୬/୨୭ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ଆସୋସିଏସନ୍ ତରଫରୁ ସୂଚନା ମିଳିଛି। ନିର୍ବାଚନ ଅଧିକାରୀ ସରକାରୀ ଆଡଭୋକେଟ୍ ବଟକୃଷ୍ଣ ରଥଙ୍କ ସୂଚନା ଅନୁସାରେ ସଭାପତି, ସମ୍ପାଦକ ଏବଂ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ସଭାପତି ଭାବରେ ସୁଶାନ୍ତ କୁମାର ମିଶ୍ର, ସମ୍ପାଦକ ଭାବରେ ଚିରଞ୍ଜିବୀ ଦାଶ, ଉପସଭାପତି ଭାବରେ ବିମଳେନ୍ଦୁ କୁମାର ନନ୍ଦ, ସହ ସମ୍ପାଦକ ପ୍ରଦୀପ କୁମାର ବିଶୋଇ, ପାଠାଗାର ସମ୍ପାଦକ ବିଜୟ କୁମାର ରଥ, କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣ ଚନ୍ଦ୍ର ଦୋରା ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଭାତ କୁମାର ପୃଷ୍ଟି, ସଂଗ୍ରାମ କେଶରୀ ପତି, ନାରାୟଣ ନାୟକ, ଦିବ୍ୟଜୀବନ ପାଣିଗ୍ରାହୀ ଏବଂ ବିବେକାନନ୍ଦ ସରସ୍ୱତୀ ଅପ୍ରତିଦ୍ୱନ୍ଦୀ ଭାବେ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି।

0
0
0
s2sdefault