ହେଡଲାଇନସ୍:

ମୁଁ ଜଙ୍ଗଲର ସମ୍ରାଟ , ମୁଁ ଯାହା ଚାହିଁବି ତାହା କରିବି I ମୋ ତେ ବାଧା ଦେବାକୁ କେହି ନାହାନ୍ତି I (see VIDEO)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡିଏଫଓଙ୍କ ଦବଙ୍ଗଗିରି ର ଭିଡିଓ ଭାଇରାଲ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ଡିଏଫଓ ସଂଗ୍ରାମ କେଶରି ବେହେରା ଙ୍କ ଏଭଳି ଦବଙ୍ଗ ଗିରି ର ଭିଡିଓ ଭାଇରାଲ ହେଇଛି I 

ନାକଟିଦେଉଳ ବନାଞ୍ଚଳରେ ଏକ ମ୍ରୁତ୍ୟୁ ମୁଖରେ ପଡିଥିବା ଦନ୍ତାହାତୀ ର ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ର କର୍ମୀ ଙ୍କୁ ଡିଏଫଓ ଧମକ ଦେବା ସହିତ ଗ୍ରାମବାସୀ ଙ୍କୁ ମଧ୍ୟ ସେଠାକୁ ଯିବାକୁ ମନା କରିଥିଲେ I ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I

ନାକଟିଦେଉଳ ବନାଞ୍ଚଳ ରାଇଲ ଗ୍ରାମର ପଣସକାନୀ ସାହି ନିକଟରେ ଏକ ଅସୁସ୍ଥ ଦନ୍ତାର ମରିବା ଖବର ପାଇ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ କର୍ମୀ ଙ୍କୁ ନିଜେ ଡିଏଫଓ ବାଟ ଓଗାଳିଥିଲେ I ସିଧା ସିଧା କହିଥିଲେ , ମୁଁ ଜଙ୍ଗଲର ସମ୍ରାଟ ,ମୁଁ ଯାହା ସୂଚନା ଦେବି ତାହା ହିଁ ଖବର ପ୍ରକାଶ କରିବ I ଗଣମାଧ୍ୟ କର୍ମୀ ଏହାର କାରଣ ଜାଣିବାକୁ ଚେଷ୍ଟା କଲା ବେଳେ ଅତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହେଇଛି I

ସେ ପଟେ ମ୍ରୁତ ହାତୀ କୁ ଦେଖିବା ପାଇଁ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ରୁଣ୍ଡ ହୋଇଥିଲେ ହେଁ ପୁଲିସ ର ଭୟ ଦେଖାଇବା ସହିତ ବନ କର୍ମଚାରି ଠେଙ୍ଗା ଧରି ରାସ୍ତା କୁ ଘେରି ରହିଥିଲେ I 

ହେଲେ ଡିଏଫଓ ଙ୍କ ଏଭଳି ମନୋଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I 

ଗଣମାଧ୍ୟମ ପ୍ରତିନିଧି ଙ୍କୁ ସଂଗ୍ରହରେ ବାଧା ଦେବା ସହ ଡିଏଫଓ ଙ୍କ ବ୍ୟବହାର କୁ ନେଇ ରେଢାଖୋଲ ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି I

0
0
0
s2sdefault