ହେଡଲାଇନସ୍:

ତ୍ରିବଣପୁର ଧନୁଯାତ୍ରା :ଭଗବାନ ଶ୍ରୀକୃଷ୍ଣ ଙ୍କ ହାତରେ କାଳୀୟଦଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ତ୍ରିବଣପୁର ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ଅବସରେ ଧନୁଯାତ୍ରା ଉତ୍ସବ ଆୟୋଜିତ ହେଇଛି I ଏହି ଉତ୍ସବ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୧ ତାରିଖରେ ସଂପୂର୍ଣ୍ଣ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ I ଏହି ପୂଜା ୧୫ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏହି ଗ୍ରାମରେ ଧନୁଯାତ୍ରା ଅନୁଷ୍ଠିତ ହେଇଛି I

ତ୍ରିବଣପୁର ଗ୍ରାମ ଗୋପପୁର ହୋଇଥିବା ବେଳେ ଗ୍ରାମର ହାଇସ୍କୁଲ ଛକ ମଥୁରାନଗରୀ ହେଇଛି I କ୍ରୁଷ୍ଣ ଭୂମିକାରେ ସେହିଗ୍ରମର ଆୟଷ ଅଭିନୟ କରିଥିବାବେଳେ ବଳରାମ ଭୂମିକାରେ ସିପୁନ ଅଭିନୟ କରୁଛନ୍ତି I 

ବରଗଡ ଜିଲ୍ଲା ଭେଡେନ ଅଞ୍ଚଳର ଚିଚିଣ୍ଡା ଗାଁରୁ  ଆସିଥିବା ସୁଶିଲ ମେହେର ଙ୍କ କଂସ ଭୂମିକା ରେ ଅଭିନୟ ଦର୍ଶକଙ୍କୁ ବେଶ ଆକର୍ଷଣ କରୁଛି Iଆଜି ଗୋପପୁରରେ ନାଟକର ମଞ୍ଚସ୍ଥରେ ନାଟକ ଥିଲା କାଳିୟ ଦଳନ , ଏହି ନାଟକକୁ ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର  ଦର୍ଶକ ମାନଙ୍କ ପ୍ରବଳ ଭିଡ ଜମିଥିଳା ମିଳିଥିଲା I ଉତ୍ସବଟି ଧାରାବାହିକ ଭାବେ ଚଳୁଥିବା ବେଳେ ବୁଧବାର ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ହୋଇଥିଲା I ଗୁରୁବାର ପୁତୁନ ବଧ ହେବ ସହିତ କଂସ ଙ୍କ ନିର୍ଦେଶ ରେ ଅକ୍ରୁର ଶ୍ରୀକୃଷ୍ଣ ବଳରାମଙ୍କୁ ଆଣିବା ପାଇଁ ଗୋପପୁରକୁ ଯାଇଛନ୍ତି I ତା ପୂର୍ବରୁ କାଳିୟ ଦଳନ ବା ବଧ କରିଛନ୍ତି ଶ୍ରୀକୃଷ୍ଣ I 

ସେ ପଟେ ମଥୁରା ନଗରିରେ କଂସଙ୍କ ଦରବାରରେ କଂସଙ୍କ ରାଜୁତି ଦେଖିବାକୁ ମିଳିଥିଲା I 

କାର୍ଯ୍ୟକ୍ରମ କୁ କମିଟିର ସଭାପତି ସୁମନ୍ତ ମଲ୍ଲିକ ,ସମ୍ପାଦକ ଅଭିଳାଷ ବାରିକ   ,କୋଷାଧ୍ୟକ୍ଷ ସୁବ୍ରତ ବାରିକ ,ସହ ସମ୍ପାଦକ ରାମଚନ୍ଦ୍ର ସେଠୀ ,ଉପସଭାପତି କ୍ଷୀରୋଦ କୁମାର ପ୍ରଧାନ ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I

0
0
0
s2sdefault