ହେଡଲାଇନସ୍:

ଖୁଣ୍ଟା ବ୍ଲକରେ ଅବ୍ୟବସ୍ଥା : ବିଧାୟକଙ୍କ ଉପସ୍ଥିତିରେ ତାଲା ପକାଇଲେ ସମର୍ଥକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ଖୁଣ୍ଟା ବ୍ଲକ । ଉକ୍ତ ବ୍ଳକରେ ସରକାରୀ ଯୋଜନା ହୋଇଛି ବାଟବଣା । ପିସି ନଦେଲ କିଛି ହେଉନାହିଁ । ୮୦ ବର୍ଷର ହିତାଧିକାରୀଙ୍କୁ ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ  ପକ୍କାଘର ଯୋଜନା ହେଉ ଅଥବା ଭତ୍ତା ପ୍ରତ୍ୟେକ କାର୍ଯ୍ୟରେ ଏପରିକି ରେକର୍ଡ ଖୋଲିବା ପାଇଁ ଦରକାର ହେଉଛି ପିସି । ବ୍ଲକରେ ଦଲାଲ ରାଜ ଚାଲିଛି । ବିଧାୟକ ପ୍ରକାଶ ସୋରେନ ବାରମ୍ବାର ବ୍ଲକର ବିଡ଼ିଓଙ୍କୁ ତାଗିଦ କଲେ ମଧ୍ୟ ଫଳାଫଳ ଶୂନ । ଫଳରେ ପ୍ରତିବାଦକୁ ଓହ୍ଲାଇ ଆସିଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ । ଅକ୍ଟୋବର ୧୯ ଶନିବାର ପୂର୍ବାହ୍ନରେ ବିଧାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକମାନେ କାର୍ଯ୍ୟାଳୟ ପ୍ରବେଶ ପଥରେ  ତାଲା ପକାଇ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି ।

0
0
0
s2sdefault