ହେଡଲାଇନସ୍:

ବିପଦ ଶଙ୍କୁଳ ଅବସ୍ଥାରେ କୁରାଳ ଜଗୁନାରାୟଣ ବିଦ୍ୟାଳୟ ଶ୍ରେଣୀକକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଜଗୁନାରାୟଣ ବିଦ୍ୟାଳୟ ଶ୍ରେଣୀକକ୍ଷ ଭଙ୍ଗାରୁଜା ହୋଇ ବିପଦଶଙ୍କୁଳ  ଅବସ୍ଥାରେ ରହିଥିବା ବେଳେ ଭବିଷ୍ୟତରେ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବାର ଆଶଙ୍କାରହିଛି । ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବା ପାଇଁ ଅନୁମତି ରହିଛି । ଶ୍ରେଣୀକକ୍ଷର ଅଭାବ ଯୋଗୁଁ ସପ୍ତମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ ହେଲା ପରେ ଅନ୍ୟ ସ୍କୁଲକୁ ଚାଲିଯାଇଥାନ୍ତି । ତେବେ ସାତଟି ଶ୍ରେଣୀ ପାଇଁ କକ୍ଷର ଅଭାବ ଯୋଗୁଁ ଗୋଟିଏ କକ୍ଷରେ ୨ଟି ଲେଖାଏଁ  ଶ୍ରେଣୀର ପିଲାମାନଙ୍କୁ ବସାଇ ପାଠପଢାଯାଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶପାଇଛି । ଗତ ଫନିବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରେଣୀକକ୍ଷକୁ ଯଦି ସମ୍ପୂର୍ଣ  ଭାଙ୍ଗି ଦିଆଯାଇପାରନ୍ତା ତେବେ ଭବିଷ୍ୟତରେ ଆସନ୍ନ ବିପଦକୁ ଏଡାଇ ଦିଆଯାଇପାରନ୍ତା ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ମତ ପୋଷଣ କରିଛନ୍ତି ।  ନିର୍ମାଣଧିନ ଥିବା ଶ୍ରେଣୀକକ୍ଷ ନିର୍ଦ୍ଧାରିତ ସମୟରେ ଶେଷ ହେଲେ ଆସନ୍ତା ଶିକ୍ଷାବର୍ଷରେ ଏହିବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀରେ ପାଠ ପଢିପାରନ୍ତେ ବୋଲି ଆଶା ରଖିଛନ୍ତି ।  

0
0
0
s2sdefault